ଆଜି ଅଟଳ ବିହାରୀ ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Published By : Prameya-News7 Bureau | August 13, 2020 IST

ନୂଆଦିଲ୍ଲୀ ୧୩।୦୮: ୨୦୧୪ରେ ପୂର୍ଣ୍ଣ ବହୁମତ ସରକାର ଗଠନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିହାସ ରଚିଥିଲେ। ଏବେ ସେ ଆଉ ଏକ ଉପଲବ୍ଧି ନିଜ ନାମରେ କରିଛନ୍ତି। ଏବେ ମୋଦୀ ସବୁଠୁ ଲମ୍ବା ସମୟ ପର୍ଯ୍ୟନ୍ତ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ନିଜ ନାମରେ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅଟଳ ବିହାରୀ ବାଜପେୟୀଙ୍କୁ ପଛରେ ପକାଇ ସବୁଠୁ ଲମ୍ବା ସମୟ ପର୍ଯ୍ୟନ୍ତ କ୍ଷମତାରେ ରହିବାରେ ଅଣ କଂଗ୍ରେସୀ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ବାଜପେୟୀ ନିଜର ସମସ୍ତ କାର୍ଯ୍ୟକାଳକୁ ମିଶାଇ ୨,୨୬୮ ଦିନ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେ ଆଜି ପର୍ଯ୍ୟନ୍ତ ସବୁଠୁ ଲମ୍ବା ସମୟ ପର୍ଯ୍ୟନ୍ତ କ୍ଷମତାରେ ରହିବାରେ ଅଣ କଂଗ୍ରେସୀ ପ୍ରଧାନମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଏହି ମାମଲାରେ ବାଜପେୟୀଙ୍କୁ ପଛରେ ପକାଇଛନ୍ତି।

୨୦୧୪ ମେ ୨୬ରେ ହୋଇଥିଲେ ପ୍ରଧାନମନ୍ତ୍ରୀ

{"id":313950,"sizeSlug":"large"}

୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ବିଜେପି ଐତିହାସିକ ବିଜୟ ହାସଲ କରିଥିଲା। ସେ ୨୦୧୪ ମେ ୨୬ରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇଥିଲେ। ପରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଆହୁରି ବଡ ବିଜୟ ହାସଲ କରିଥିଲା ଏବଂ ନରେନ୍ଦ୍ର ମୋଦୀ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ।

କାର୍ଯ୍ୟକାଳ ପୂରା କରିବାରେ ପ୍ରଥମ ଅଣ କଂଗ୍ରେସୀ ପ୍ରଧାନମନ୍ତ୍ରୀ

{"id":313951,"sizeSlug":"large"}

ଅଟଳ ବିହାରୀ ବାଜପେୟୀ ତିନି ଥର ଦେଶର ପ୍ରଧାନମନ୍ତ୍ରୀ ଥିଲେ। ପ୍ରଥମ ଥର ସେ ୧୯୯୬ରେ ପ୍ରଧାନମନ୍ତ୍ରୀ ହୋଇଥିଲେ ହେଲେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରି ପାରିନଥିଲେ। ଏହା ପରେ ୧୯୯୮ ଏବଂ ୧୯୯୯ରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୨୦୦୪ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ। ବାଜପେୟୀ ଏମିତି ପ୍ରଥମ ଅଣ କଂଗ୍ରେସୀ ପ୍ରଧାନମନ୍ତ୍ରୀ ଥିଲେ ଯିଏ ନିଜର କାର୍ଯ୍ୟକାଳ ପୂରା କରିଥିଲେ।

ସବୁଠୁ ଲମ୍ବା ସମୟ ଧରି ରହିଥିବା ପ୍ରଧାନମନ୍ତ୍ରୀ

{"id":313952,"sizeSlug":"large"}

ଅଧିକ ସମୟ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରଙ୍କ ନାମରେ ରହିଛି। ସେ ୧୬ ବର୍ଷ ୨୮୬ ଦିନ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଦ୍ଵିତୀୟରେ ଅଛନ୍ତି ତାଙ୍କ ଝିଅ ଇନ୍ଦିରା ଗାନ୍ଧୀ। ସେ ୧୫ ବର୍ଷ ୩୫୦ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ।

ସବୁଠୁ କମ ସମୟ ଥିବା ପ୍ରଧାନମନ୍ତ୍ରୀ

{"id":313953,"sizeSlug":"large"}

ଭାରତର ସବୁଠୁ କମ ସମୟ ଧରି ପ୍ରଧାନମନ୍ତ୍ରୀ ପଦରେ ରହିବାର ରେକର୍ଡ ଗୁଲଜାରୀ ଲାଲ ନନ୍ଦାଙ୍କ ନାମରେ ରହିଛି। ଲାଲ ବହାଦୂର ଶାସ୍ତ୍ରୀଙ୍କ ନିଧନ ପରେ ସେ ୧୯୬୬ ଜାନୁଆରୀ ୧୧ରୁ ୧୯୬୬ ଜାନୁଆରୀ ୨୪ ପର୍ଯ୍ୟନ୍ତ ୧୩ ଦିନ ପାଇଁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଥିଲେ। ଏହା ପୂର୍ବରୁ ଜବାହରଲାଲ ନେହେରୁଙ୍କ ନିଧନ ପରେ ମଧ୍ୟ ସେ ୧୯୬୪ ମେ ୨୭ ରୁ ୧୯୬୪  ଜୁନ ୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.