୨ ଦିନିଆ ବାଂଲାଦେଶ ଗସ୍ତ କରିବେ ମୋଦୀ, ସ୍ୱାଧିନତା ଦିବସ କାର୍ଯ୍ୟକ୍ରମରେ ହେବେ ସାମିଲ

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ ୦୯/୦୩ :ବାଂଲାଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାଂଲାଦେଶର ୫୦ ତମ ସ୍ୱାଧୀନତା ଦିବସ ସମାରୋହରେ ହେବେ ସାମିଲ ।  ପ୍ରଧାନମନ୍ତ୍ରୀ ଆସନ୍ତା ୨୬ ତାରିଖରେ ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯିବେ ।

ବାଂଲାଦେଶର ସ୍ୱାଧିନତା ଦିବସ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । କରୋନା ମହାମାରୀ ମଧ୍ୟରେ ଦୀର୍ଘ ୧୫ ମାସ ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ହେବ ।

ରିପୋର୍ଟ ଅନୁସାରେ ବାଂଲାଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଢାକା- ପଶ୍ଚିମବଙ୍ଗର ନ୍ୟୁ ଜଳପାଇଗୁଡ଼ି ମଧ୍ୟରେ ଏକ ସିଧାସଳଖ ପାସେଞ୍ଜର ଟ୍ରେନ୍‌ ସେବାର ଶୁଭାରମ୍ଭ କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଗତ ସପ୍ତାହରେ ଢାକା ଯାଇଥିଲେ । ସେ ତାଙ୍କ ବାଂଲାଦେଶ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ନେଇ ଆଲୋଚନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.