G7 ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ମୋଦି, ବିଦେଶ ମନ୍ତ୍ରଣାଳୟ ଦେଲା ସୂଚନା

Published By : Prameya-News7 Bureau | June 10, 2021 IST

ନୂଆଦିଲ୍ଲୀ, ୧୦।୬: G7 ଶିଖର ସମ୍ମିଳନୀକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ଏବଂ ୧୩ ଜୁନରେ ହେବାକୁ ଥିବା ସମ୍ମିଳନୀରେ ଭରଚୁଆଲରେ ଭାଗ ନେବେ l ଏନେଇ ଗୁରୁବାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି l

wp:html https://twitter.com/ANI/status/1402963407641341957?s=19 /wp:html

ପୂର୍ବ ମାସରେ ବିଦେଶ ମନ୍ତ୍ରଣାଳୟ ସୂଚନା ଜାରି କରି କହିଥିଲା ଯେ, ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ G7 ଶିଖର ସମ୍ମିଳନୀରେ ଭାଗନେବା ପାଇଁ ୟୁକେ ଯାଇପାରିବେ ନାହିଁ l ଗୁରୁବାର ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି କି G7 ର ଅଧ୍ୟକ୍ଷ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନିମନ୍ତ୍ରଣ ରକ୍ଷା କରି ଭାରତର ପ୍ରତିନିଧି ଭାବେ ନରେନ୍ଦ୍ର ମୋଦି ଭରଚୁଆଲ ମୋଡରେ ଭଗନେବେ l

ବ୍ରିଟେନ ଭାରତ ଛଡ଼ା ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଏବଂ ଦକ୍ଷିଣ ଆଫ୍ରିକାକୁ ଏହି ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଆମନ୍ତ୍ରିତ କରିଛନ୍ତି l ପ୍ରଧାନମନ୍ତ୍ରୀ ମୋଦି ଦ୍ଵିତୀୟ ଥର ପାଇଁ ଏହି ସମ୍ମିଳନୀରେ ଭାଗ ନେବେ l ତେବେ G7 ସମ୍ମିଳନୀ ଜୁନ ୧୧ ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.