ପ୍ରଧାନମନ୍ତ୍ରୀ ମୋଦିଙ୍କ ନେପାଳ ଗସ୍ତର ଆଜି ଦ୍ୱିତୀୟ ଦିନ ; ମୁକ୍ତିକାନ୍ତ ମନ୍ଦିର ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି

Published By : Prameya-News7 Bureau | May 12, 2018 IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେପାଳ ଗସ୍ତର ଆଜି ଦ୍ୱିତୀୟ ଦିନ । ଶୁକ୍ରବାର କିମ୍ବଦନ୍ତୀ ସହର ଜନକପୁରର ବିକାଶ ପାଇଁ ଶହେ କୋଟି ଟଙ୍କା ସହାୟତା ଘୋଷଣା କରିଥିବା ମୋଦି ଆଜି ମୁକ୍ତିକାନ୍ତ ମନ୍ଦିର ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ଉପାସନା ସ୍ଥଳ ମୁକ୍ତିକାନ୍ତ ମନ୍ଦିରରେ ପୂଜାର୍ଚ୍ଚନା- ପ୍ରାର୍ଥନା କରିବାରେ ମୋଦି ହେଉଛନ୍ତି ବିଶ୍ୱର ପ୍ରଥମ ରାଷ୍ଟ୍ର ମୁଖ୍ୟ । ମୋଦି ବୁଦ୍ଧ ଧର୍ମାବଲମ୍ବୀଙ୍କ ପାରମ୍ପରିକ ଲାଲ୍ ପୋଷାକ ପିନ୍ଧି ମୁକ୍ତିକାନ୍ତ ମନ୍ଦିରକୁ ଯାଇ ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ପରମ୍ପରା ମୁତାବକ ପୂଜାପ୍ରାର୍ଥନା କରିଛନ୍ତି ।ଏହାପରେ ମନ୍ଦିର ପରିସରରେ ଅପେକ୍ଷାରତ ଲୋକଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ମୋଦି ତାଙ୍କର ନେପାଳ ପ୍ରତିପକ୍ଷ କେ.ପି.ଓଲିଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗରେ ମାରାଥନ ଆଲୋଚନା କରିଥିଲେ ।ଦ୍ୱିପାକ୍ଷିକ ସଂପର୍କ ଅଧିକ ସୁଦୃଢ କରିବାକୁ ନିଷ୍ପତ୍ତି କରିଥିଲେ ଦୁଇ ରାଷ୍ଟ୍ର ନେତା । ଜନକପୁରୀର ବିକାଶ ସହ ଜନକପୁର-ଅଯୋଧ୍ୟା ବସ୍ ସେବା ର ଶୁଭାରମ୍ଭ କରିଥିଲେ । ମୋଦି କହିଥିଲେ, ପଡୋଶୀଭଙ୍କ ସହ ସଂପର୍କରେ ଭାରତ ପାଇଁ ପ୍ରଥମେ ନେପାଳ । ଭାରତ ଏକ ଐକ୍ୟ, ସମୃଦ୍ଧ ଓ ଶକ୍ତିଶାଳୀ ନେପାଳ ଚାହେଁ ବୋଲି ମଧ୍ୟ କହିଛନ୍ତି ମୋଦି । ଦୁଇଦିନିଆ ଗସ୍ତ ଶେଷ କରି ଆଜି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିବେ, ତେବେ ତା ପୂର୍ବରୁ ସେ ପଶୁପତିନାଥ ମନ୍ଦିର ଦର୍ଶନ କରିବେ ବୋଲି ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.