ଦୀପାବଳିରେ ଲୋଙ୍ଗେବାଲାରୁ ପାକ୍ ଓ ଚୀନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡା ସନ୍ଦେଶ-'ଭାରତର ରଣନୀତି ସଫା ଓ ସ୍ପଷ୍ଟ'

Published By : Prameya-News7 Bureau | November 14, 2020 IST

ଜୈସଲମେର ୧୪/୧୧ : ପ୍ରଧାନମନ୍ତ୍ରୀ ମୋଦି ଆଜି ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ଜୈସଲମେରରେ ପହଞ୍ଚିଛନ୍ତି। କିଛି ସମୟରେ ମୋଦି ଲୋଙ୍ଗେବାଲା ପୋଷ୍ଟରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦି ଲୋଙ୍ଗେବାଲା ପୋଷ୍ଟରେ ୧୯୭୧ ମସିହାରେ ଯୁଦ୍ଧରେ ତିଆରି ହୋଇଥିବା ୱାର ମେମୋରିଆଲକୁ ମଧ୍ୟ ଯିବେ। ସୀମାରେ ସେ ଯବାନଙ୍କୁ ସମ୍ବୋଧନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 'ବିଶ୍ୱ ଇତିହାସ ଆମକୁ ସର୍ବଦା ଏହା ଦର୍ଶାଇଛି ଯେ କେବଳ ସେହି ରାଷ୍ଟ୍ର ହିଁ ସୁରକ୍ଷିତ ରହିଛି, ଆଗକୁ ବଢିଛି ଯାହା ଭିତରେ ଆକ୍ରାତାଙ୍କ ମୁକାବିଲା ପାଇଁ କ୍ଷମତା ଥିଲା। ଆଜି ସାରା ବିଶ୍ୱ ବିସ୍ତାରବାଦୀ ତାକତରୁ ବିବ୍ରତ। ବିସ୍ତାରବାଦ ଏକ ପ୍ରକାର ମାନସିକ ବିକୃତି ଏବଂ ଅଷ୍ଟାଦଶ ଶତାବ୍ଦୀର ମାନସିକତାକୁ ଦର୍ଶାଇଥାଏ। ଏହି ଚିନ୍ତାଧାରା ବିରୋଧର ଦେଶର ସ୍ୱର ଦୃଢ ହୋଇଛି। ଆଜି ବିଶ୍ୱ ଯାଣୁଛି, ବୁଝୁଛି ଯେ ଦେଶ କୌଣସି ଦାମରେ ମଧ୍ୟ ନିଜ ହିତକୁ ନେଇ କାହା ଆଗରେ ହାର ମାନିବନାହିଁ। ଭାରତର ଏହି ଗର୍ବ ଗୌରବ, ଶକ୍ତି କବଳ ଆପଣମାନଙ୍କ ପରାକ୍ରମ କାରଣରୁ ରହିଛି। ଆପଣମାନେ ଦେଶକୁ ସୁରକ୍ଷିତ ରଖିଛନ୍ତି। ସେଥିପାଇଁ ଭାରତ ବିଶ୍ୱ ମଞ୍ଚରେ ନିଜ ପ୍ରଖରତାର ସହ ନିଜ କଥା ରଖି ପାରୁଛି।'

ପ୍ରଧାନମନ୍ତ୍ରୀ ମୋଦି ଆଗକୁ କହିଛନ୍ତି, ଦେଶର ଯବାନଙ୍କ ଠାରୁ ମିଳିଥିବା ପ୍ରେରଣା ଯୋଗୁଁ ଦେଶ କରୋନା ମହାମାରୀ ଭଳି କଠିନ ସମୟରେ ପ୍ରତ୍ୟେକ ନାଗରିକଙ୍କ ରକ୍ଷାରେ ଲାଗିଛି। ଏତେ ମାସ ହେଲା ଦେଶ ୮୦ କୋଟି ନାଗରିକଙ୍କ ଭୋଜନ ବ୍ୟବସ୍ଥା କରୁଛି। କିନ୍ତୁ ତାସହ ଅର୍ଥବ୍ୟବସ୍ଥା ସୁଧାରିବାକୁ ମଧ୍ୟ ପୁରା ପ୍ରୟାସ କରୁଛି। ସୀମାରେ ରହି ଯବାନ ଯେଉଁ ତ୍ୟାଗ, ତପସ୍ୟା କରୁଛନ୍ତି ତାହା ଦେଶରେ ଏକ ବିଶ୍ୱାସ ସୃଷ୍ଟି କରୁଛି। ଏହି ବିଶ୍ୱାସ ହେଲା ମିଳିମିଶି ବଡ ବଡ ଚ୍ୟାଲେଞ୍ଜକୁ ମଧ୍ୟ ମୁକାବିଲା କରାଯାଇପାରିବ।

ସେ କହିଛନ୍ତି, ନିକଟରେ ଅନେକ ଷ୍ଟାଟଅପ ସେନାର ଆବଶ୍ୟକତା ପୁରା କରିବାକୁ ଆଗେଇ ଆସିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଯୁବପିଢ଼ିଙ୍କ ନୂଆ ଷ୍ଟାଟଅପ ଦେଶକୁ ଆତ୍ମନିର୍ଭରତା ମାମଲାରେ ଆହୁରି ଆଗକୁ ନେଇଯିବ। ଆଜି ଭାରତର ରଣନୀତି ସ୍ପଷ୍ଟ ହୋଇଛି। ଆଜିର ଭାରତ ବୁଝାମଣା ଓ ବୁଝି ବିଚାରି କାମ କରିବା ଉପରେ ବିଶ୍ୱାସ କରେ କିନ୍ତୁ ଯଦି କିଏ ଆମକୁ ଭାଙ୍ଗିବାକୁ ଚେଷ୍ଟା କରେ ତାହେଲେ ଉତ୍ତର ମଧ୍ୟ ସେହିଭଳି ପ୍ରଚଣ୍ଡ ମିଳିଥାଏ।

ମୋଦି କହିଛନ୍ତି, ଆଜି ଭଳି ଶୁଭ ଦିନରେ ଆପଣଙ୍କୁ ଗୋଟିଏ ଅନୁରୋଧ କରିବି। ପ୍ରଥମ- କିଛି ନା କିଛି ନୂଆ ଅଭିନବ କରିବା ଅଭ୍ୟାସକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ। ଆଜିକାଲି ଅନେକ ଜାଗାରେ ଆମ ଯବାନ ମହତ୍ତ୍ୱପୂର୍ଣ୍ଣ ଉଦ୍ଭାବନ କରୁଛନ୍ତି। ଦ୍ୱିତୀୟ- ଯୋଗକୁ ନିଜ ଜୀବନର ଏକ ଅଂଶ କରନ୍ତୁ। ତୃତୀୟ- ନିଜ ମାତୃଭାଷା ହିନ୍ଦୀ, ଇଂରାଜୀ ଛଡା ଆଉ ଏକ ଭାଷା ନିଶ୍ଚୟ ଶିଖନ୍ତୁ। ଏହିସବୁ ଆପଣଙ୍କ ମଧ୍ୟରେ ଏକ ନୂଆ ଶକ୍ତି ସଞ୍ଚାର କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.