Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଓ୍ୱାସିଂଟନ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ରେଜ୍, ବର୍ଷାରେ ଭିଜି ଭବ୍ୟ ସ୍ୱାଗତ କଲେ ପ୍ରବାସୀ

23/09/2021 at 9:31 AM

ୱାଶିଂଟନ୍‌ ୨୩।୦୯ : ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନରେ ପହଞ୍ଚିଛନ୍ତି। ୱାଶିଂଟନ୍‌ରେ ପିଏମ ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ପହଞ୍ଚିଲା ବେଳକୁ ୱାଶିଂଟନ୍‌ରେ ପ୍ରବଳ ବର୍ଷା ହେଉଥିବା କାରଣରୁ ମୋଦି ବିମାନ ମଧ୍ୟରୁ ଛତା ଧରି ବାହାରିଥିଲେ। ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବାକୁ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଅନେକ ଅଧିକାରୀ ପହଞ୍ଚିଥିଲେ। ଏହି ସମୟରେ ବିମାନ ବନ୍ଦରରେ ଭାରତର ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସନ୍ଧୁ ମଧ୍ୟ ଉପସ୍ଥିତ ଥିଲେ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଅବସରରେ ଭାରତୀୟ ସମ୍ପ୍ରଦାୟର ପ୍ରାୟ ୧୦୦ରୁ ଅଧିକ ଲୋକ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ବିମାନ ବନ୍ଦରରେ ଆମେରିକା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏୟାରପୋର୍ଟ ବାହାରେ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରବାସୀ ଭାରତୀୟଙ୍କ ଭିଡ଼ ଲାଗିଥିଲା। ମୋଦି ନିଜ କାରକେଡ୍‌ରେ ହୋଟେଲ ଅଭିମୁଖେ ଯାଉଥିବା ବେଳେ ରାସ୍ତାର ଉଭୟ ପାର୍ଶରେ ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବର୍ଷା ହେଉଥିବା ସତ୍ତ୍ୱେ ମଧ୍ୟ ଶତାଧିକ ଲୋକ ମୋଦିଙ୍କ ଝଲକ ପାଇବା ପାଇଁ ଛତା ଧରି ରାସ୍ତାରେ ଛିଡ଼ା ହୋଇଥିଲେ। ଏହା ଦେଖି ମୋଦି ନିଜ କାରରୁ ଓହ୍ଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। କିଛି ଲୋକଙ୍କ ସହ ହାତ ମଧ୍ୟ ମିଳାଇଥିଲେ। ଏ ସମ୍ପର୍କରେ ମୋଦି ନିଜେ ଫଟୋ ଟ୍ୱିଟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗସ୍ତ ଅବସରରେ ମୋଦି ଆମେରିକୀୟ କମ୍ପାନୀଗୁଡ଼ିକର ସିଇଓମାନଙ୍କୁ ସହିତ ସାକ୍ଷାତ କରିବେ । ଏହାପରେ ଆମେରିକା ଉପ-ରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସହ ମଧ୍ୟ ଆଲୋଚନା କରିବେ। ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଏକ ବୈଠକର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ସେହିପରି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଜୋ-ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ବାଇଡେନ ରାଷ୍ଟ୍ରପତି ହେବା ପରେ ମୋଦିଙ୍କର ଏହା ପ୍ରଥମ ଆମେରିକା ଗସ୍ତ । ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ବସିବ । ସେପଟେ ୨୪ ତାରିଖରେ ମୋଦି କ୍ୱାଡ ବୈଠକରେ ଯୋଗଦେବେ । କ୍ୱାଡରେ ଭାରତ ଓ ଆମେରିକା ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ଜାପାନ ରହିଛନ୍ତି। ୨୫ ତାରିଖରେ ସେ ଜାତିସଂଘର ଅଧିବେଶନରେ ବିଶ୍ୱବାସୀକୁ ସମ୍ବୋଧନ କରିବେ।

   Related Posts