Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଆଦିବାସୀ ଯୁବ ୟୁଟ୍ୟୁବର୍ ଇସାକଙ୍କୁ ମନ କି ବାତ୍‌ରେ ପ୍ରଶଂସା କଲେ ମୋଦି

25/07/2021 at 12:39 PM

ସମ୍ବଲପୁର ୨୫/୭: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ତେବେ ଏହି ପଖାଳ ସହ ଲୁଣ ଖାଇ ଭିଡିଓ ବନାଇଥିବା ଆଦିବାସୀ ଯୁବକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମନ କି ବାତର ୭୯ ତମ ସଂସ୍କରଣରେ ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି । ଆଉ ସେ ପ୍ରଶଂସାର ପାତ୍ର ହେଉଛନ୍ତି ସମ୍ବଲପୁର ଯୁଯୁମୁରାର ଏହି ୟୁଟ୍ୟୁବର ଇସାକ୍ ମୁଣ୍ଡା ।

ଲକଡାଉନ୍ ବେଳେ ୟୁଟ୍ୟୁବରରୁ ଏବେ ଲକ୍ଷାଧିକ ଟଙ୍କାର ମାଲିକ ହୋଇଛନ୍ତି ଓଡ଼ିଶାର ଜଣେ ଯୁବକ । ତେବେ ସେ କୌଣସି ଜଣାଶୁଣା ଚେହେରା କି ସେଲିବ୍ରେଟି ନଥିଲେ, ସାଧାରଣ ଭାବେ ଦିନ ମଜୁରିଆ । ଓଳିଏ ଖଟିଲେ ଓଳିଏ ଖାଆନ୍ତି । କିନ୍ତୁ ଆଦିବାସୀ ଯୁବକ ଜଣଙ୍କ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ସେ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗ୍ରାମର ଇସାକ ମୁଣ୍ଡା ।

ଇସାକ ୟୁଟ୍ୟୁବରେ ଭିଡିଓ କରି ଘରେ ଘରେ ବେଶ ପରିଚିତ । ଭିଡିଓରେ ସେ ନିତିଦିନ ଅତିବାହିତ କରୁଥିବା ଜୀବନ ଶୈଳୀକୁ ଲୋକଙ୍କ ନିକଟକରେ ପହଞ୍ଚାଉଛନ୍ତି । ଖାଇବା ଶୋଇବା ଠାରୁ ଆରମ୍ଭ କରି ପରିବାର ଲୋକଙ୍କ ସହ କାଟୁଥିବା ସମୟକୁ ସେ ନିଜ ଭିଡିଓରେ ସେୟାର କରନ୍ତି । ଇସାକଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ସପ୍ତମ ଶ୍ରେଣୀ ପାସ । ଗାଁରେ କୁଲି ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରନ୍ତି ।

କରୋନା ଯୋଗୁ କାମଧନ୍ଦା ହରାଇ ବେରୋଜଗାର ହୋଇପଡ଼ିଥିଲେ ଇସାକ । ସେହି ସମୟରେ୍ ନିଜ ପାଖେ ଥିବା ଏକ ଛୋଟିଆ ମୋବାଇଲରେ ୟୁଟ୍ୟୁବ ଭିଡିଓ ଦେଖି ସମୟ କାଟୁଥିଲେ । ପରେ ୟୁଟ୍ୟୁବ ଭିଡିଓ କଲେ ଟଙ୍କା ମିଳେ ବୋଲି ସେ ଜାଣିବାକୁ ପାଇଥିଲେ । ୨୦୨୦ ମାର୍ଚ୍ଚ ୨୬ରେ ଇସାକ କଣ ଖାଆନ୍ତି ଏବଂ କିଭଳି ଖାଆନ୍ତି ତାହାର ଏକ ଭିଡିଓ କରି ନିଜ ଚ୍ୟାନେଲରେ ପୋଷ୍ଟ କରିଥିଲେ ।

   Related Posts