ଚାଷୀଙ୍କ ପାଇଁ କୃଷି ମନ୍ତ୍ରୀ ଲେଖିଲେ ୮ପୃଷ୍ଠାର ଚିଠି : ମୋଦି କହିଲେ- କୃଷକ ଭାଇ-ଭଉଣୀ ନିଶ୍ଚୟ ପଢନ୍ତୁ, ଅନ୍ୟକୁ ପଢାନ୍ତୁ

Published By : Prameya-News7 Bureau | December 18, 2020 IST

ନୂଆଦିଲ୍ଲୀ ୧୮।୧୨: ନୂଆ କୃଷି ଆଇନ ବିରୋଧରେ ୨୨ ଦିନ ଧରି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗୁରୁବାର ଚାଷୀମାନଙ୍କ ନିକଟକୁ ୮ ପୃଷ୍ଠା ସମ୍ବଳିତ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ୮ଟି ପ୍ରତିଶ୍ରୁତି ଦେଇଛନ୍ତି । ଏମ୍‌ଏସ୍‌ପି ଜାରି ରହିଛି ଓ ରହିବ ବୋଲି କହିଛନ୍ତି ।

ତୋମାର ଆହୁରି କହିଛନ୍ତି, କୃଷି ଆଇନକୁ ନେଇ ଚାଷୀଙ୍କ ମନରେ ଭ୍ରାନ୍ତଧାରଣା ରହିଛି । କୃଷି ମନ୍ତ୍ରୀ ହିସାବରେ ଚାଷୀଙ୍କର ସେହି ଭ୍ରାନ୍ତଧାରଣାକୁ ହଟାଇବା ମୋର କର୍ତ୍ତବ୍ୟ । ମୁଁ ଚାଷୀ ପରିବାରରୁ ଆସିଛି । ଚାଷୀଙ୍କ ଦୁଃଖକଷ୍ଟ କ’ଣ ଜାଣିଛି । ତେବେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଫାଟ ସୃଷ୍ଟି ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ସେ ଦର୍ଶାଇଛନ୍ତି । ତୋମାର ଏହି ଚିଠିକୁ ଟ୍ବିଟ୍ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୋମାରଙ୍କ ଟ୍ବିଟ୍ ଉପରେ ପ୍ରତିକ୍ରିୟା ଦେଇ ଟ୍ବିଟ୍ କରିଛନ୍ତି ଯେ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକ ଭାଇଭଉଣୀଙ୍କୁ ଚିଠି ଲେଖି ନିଜ ଭାବନା ପ୍ରକାଶ କରିଛନ୍ତି । ଏକ ବିନମ୍ର ଅନୁରୋଧ କରିବାର ପ୍ରୟାସ କରିଛନ୍ତି । ସମସ୍ତ କୃଷକଙ୍କୁ ମୋର ଅନୁରୋଧ ଏହାକୁ ସମସ୍ତେ ପଢନ୍ତୁ । ଦେଶବାସୀଙ୍କୁ ମଧ୍ୟ ଅନୁରୋଧ ଯେ, ଏହାକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.