ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍ ପରେ ଶନିବାର ଚାଷୀଙ୍କ ବୈଠକ, ବାହାରିପାରେ ସମାଧାନର କିଛି ବାଟ...

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ ୨୫/୧୨ : କୃଷି ଆଇନକୁ ପ୍ରବଳ ବିରୋଧ କରି ଦିଲ୍ଲୀ ସୀମାରେ ଦୀର୍ଘଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ ସଂଗଠନ । ନୂଆ କୃଷି ବିଲକୁ ଫେରାଇନେବା ଦାବିରେ ଅଟଳ ବିଭିନ୍ନ ଚାଷୀ ସଂଗଠନ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାରି ମଧ୍ୟରେ ଚାଷୀଙ୍କୁ ଅପିଲ କରିଛନ୍ତି । କେବଳ ସେତିକି ନୁହେଁ ଚାଷୀମାନଙ୍କ ସହ ଆଲୋଚନା କରିବା ପାଇଁ କେନ୍ଦ୍ର କୃଷି ମନ୍ତ୍ରାଳୟ ସଚିବଙ୍କ ଦ୍ବାରା ଚାଷୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ପଠାଯାଇଛି । ତେବେ ଏ ନେଇ ପ୍ରତିକ୍ରିୟା ଦେବା ପାଇଁ ଶନିବାର ଏକ ବେଠକ କରିବେ ଚାଷୀ ସଂଗଠନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, କିଛି ରାଜନୈତିକ ଦଳମାନଙ୍କ ଦ୍ବାରା ଚାଷୀମାନଙ୍କୁ ଆନ୍ଦୋଳନ କରିବା ପାଇଁ ଉସକାଯାଉଛି । ଶସ୍ତା ରାଜନୀତି କରୁଥିବା କିଛି ରାଜନୈତିକ ଦଳ ଏବଂ ରାଜନେତା ଚାଷୀଙ୍କୁ ମୂଳ ମୁଦ୍ଦା ବିଷୟରେ ଅବଗତ କରାଉନାହାନ୍ତି । ଫଳରେ ଚାଷୀମାନେ ଚକ୍ରାନ୍ତର ଶିକାର ହୋଇ ଆଜି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତତ୍ତ୍ବାବଧାନରେ କିଷାନ ସମ୍ମାନ ନିଧି ଯୋଜନାର ନୂଆ କିସ୍ତି ଚାଷୀଙ୍କ ଖାତାକୁ ପଠାଯାଇଛି । ମୋଟ ୯ କୋଟି ଚାଷୀଙ୍କ ଖାତାକୁ ପ୍ରାୟ ୧୮ ହଜାର କୋଟି ଟଙ୍କା ପଠାଯାଇଛି । ପ୍ରଧାନମନ୍ତ୍ରୀ ​‌ମୋଦି ଭାଷଣ ବେଳେ ବିରୋଧିଙ୍କୁ ଟାର୍ଗେଟ କରିବା ସହ ଚାଷୀଙ୍କୁ ନୂଆ କୃଷି ଆଇନକୁ ନେଇ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ସମସ୍ତ ବିଷୟରେ ଆଲୋଚାନା କରିବାକୁ ପ୍ରସ୍ତୁତ ଅଛନ୍ତି । ଯେଉଁମାନେ ଲୋକତନ୍ତ୍ରକୁ ମାନନ୍ତି, ସେହିମାନେ ହିଁ ଆଜି ଭୁଲ ତଥ୍ୟ ଦେଇ ଚାଷୀଙ୍କୁ ଉସକାଉଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରାୟ ୨୫ ଶହ ଚାଷୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପିଏମ ପ୍ରାୟ ୯ କୋଟି ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ପଠାଇଛନ୍ତି । କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ମୋଦି କହିଛନ୍ତି । ତେବେ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀମାନଙ୍କ ସହିତ ସରକାର ୬ରୁ ଉର୍ଦ୍ଧ୍ବ ଥର ବୈଠକ କରିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବହାରି ପାରିନାହିଁ । ତେବେ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କୁ କରିଥିବା ଅପିଲକୁ ନେଇ ଆସନ୍ତାକାଲି ଚାଷୀମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.