ଭୋଟ ପାଇଁ ନେତା, ଅଭିନେତା, ଖେଳାଳୀଙ୍କ ସମେତ ନବୀନଙ୍କୁ ଅପିଲ କଲେ ମୋଦି : ଯୁବପିଢୀଙ୍କୁ କହିଲେ "ଅପନା ଟାଇମ ଆଗୟା ହେ"

Published By : Prameya-News7 Bureau | March 13, 2019 IST

ଦିଲ୍ଲୀ ୧୩/୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନେତା, ଅଭିନେତା, ଖେଳାଳି, ଧର୍ମ ଗୁରୁ, ମିଡ଼ିଆ ଏବଂ ଯୁବପିଢୀଙ୍କୁ ଭୋଟ ପାଇଁ ଅପିଲ କରିଛନ୍ତି | ଏଥିପାଇଁ ମୋଦି ଗୋଟିଏ ପରେ ଗୋଟିଏ ୩୧ ଟି ଟ୍ୱିଟ କରିଛନ୍ତି | ସେ ଲେଖିଛନ୍ତି ଯେ," ୨୦୧୯ ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ ବେଶୀ ଦିନ ନାହିଁ | ଭୋଟ ଦେବା ନାଗରିକଙ୍କ ଅଧିକାର |

wp:quote

I call upon KCR Garu, @Naveen_Odisha, @hd_kumaraswamy, @ncbn and @ysjagan to work towards bringing maximum Indians to the polling booths in the upcoming elections. May voter awareness efforts be strengthened across the length and breadth of India.— Narendra Modi (@narendramodi) March 13, 2019

/wp:quote

ଭୋଟ ଦେବା ସମସ୍ତ ନାଗରିକଙ୍କ ଏକ ମହତ୍ଵପୁର୍ଣ କର୍ତ୍ତବ୍ୟ |" ମୋଦି ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ନବୀନ ପଟ୍ଟନାୟକ, ଶରଦ ପାୱାର, ମାୟାବତୀ, ଅଖିଳେଶ ଯାଦବ, ଅମିତାଭ ବଚ୍ଚନ, କରଣ ଜୋହର, ସଚିନ ତେନ୍ଦୁଲକରଙ୍କ ଭଳି ବଡ ବଡ ହସ୍ତୀଙ୍କୁ ଟ୍ୟାଗ କରିଥିଲେ |

wp:quote

Urging @SrBachchan, @iamsrk and @karanjohar to creatively ensure high voter awareness and participation in the coming elections.

Because...its all about loving your democracy (and strengthening it). :)— Narendra Modi (@narendramodi) March 13, 2019

/wp:quote


ଗଣତନ୍ତ୍ରର ଏହି ମହାନ ପରମ୍ପରାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସମସ୍ତ ଦେଶବାସୀଙ୍କୁ ରେକର୍ଡ ସଂଖ୍ୟକ ଭୋଟ ଦେବା ପାଇଁ ମୋଦି ଅପିଲ କରିଥିଲେ | ଅଲଗା ଅଲଗା ଅଂଚଳର ପ୍ରଭାବଶାଳୀ ଲୋକ, ରାଜନେତା, ଉଦ୍ୟୋଗପତି, ବ୍ୟବସାୟୀ, ଖେଳ ଏବଂ ଫିଲ୍ମ ଜଗତର ସେଲିବ୍ରିଟିଙ୍କୁ ସେ ଅପିଲ କରିଥିଲେ ଯେ, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରନ୍ତୁ | ଚାଳିତଥର ମହତ୍ଵପୁର୍ଣ ନିର୍ବାଚନ ଏବଂ ଭୋଟିଂ ହେବ ଏବଂ ଦେଶର ରାଜନୀତିରେ ଇତିହାସ ସୃଷ୍ଟି କରିବ ବୋଲି ଟ୍ୱିଟ କରିଥିଲେ ମୋଦି |

wp:quote

Voting is not only a right but it’s also a duty.

Dear @BeingSalmanKhan and @aamir_khan,

It is time to inspire and motivate youth in your own Andaz to vote so that we can strengthen Apna Democracy & Apna country.— Narendra Modi (@narendramodi) March 13, 2019

/wp:quote


ପ୍ରଧାନମନ୍ତ୍ରୀ ଲତା ମଙ୍ଗେସକର, ବିରାଟ କୋହଲି, ଅକ୍ଷୟ କୁମାର, ଶାହରୁଖ ଖାନ, ସଲମାନ ଖାନ, ଅମୀର ଖାନ, ଏ.ଆର.ରହମାନ ଭଳି ସେଲିବ୍ରିଟିଙ୍କୁ ଟ୍ୟାଗ କରିଥିଲେ | ଏହାସହ ପୂର୍ବତ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମଧ୍ୟ ଅପିଲ କରିଛନ୍ତି ଯେ, ସେ ଲୋକଙ୍କୁ ଭୋଟ ପାଇଁ ପ୍ରେରଣା ଯୋଗେଇବେ |

wp:quote

Requesting @deepikapadukone, @aliaa08 and @AnushkaSharma to urge people to vote in large numbers for the coming elections.

As renowned film personalities whose work is admired by many, I am sure their message will have a positive impact on our citizens.— Narendra Modi (@narendramodi) March 13, 2019

/wp:quote


ବଲିଉଡ ଅଭିନେତା ବରୁଣ ଧୱନ, ରଣବୀର ସିଂହ, ଭିକୀ କୌଶଳଙ୍କୁ ଟ୍ୱିଟ କରି କହିଛନ୍ତି ଯେ, "ଯୁବପିଢୀଙ୍କ ପାଇଁ ଆପଣମାନେ ଆଦର୍ଶ | ଯୁବପିଢୀଙ୍କୁ ସୁଚାଇବା ସମୟ ଆସିଛି ଯେ ତାଙ୍କର ସମୟ ଆସିଯାଇଛି, ପାଖରେ ଥିବା ଭୋଟ କେନ୍ଦ୍ରକୁ ଯାଇ ଦେଖାଇଦେବେ ଯେ ଜୋଶ ବହୁତ ଉଚ୍ଚ |

wp:quote

My young friends @RanveerOfficial, @Varun_dvn & @vickykaushal09,

Many youngsters admire you.

It is time to tell them: Apna Time Aa Gaya Hai and that it is time to turn up with high Josh to a voting centre near you.— Narendra Modi (@narendramodi) March 13, 2019

/wp:quote

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.