ଏପଟେ ଏଲଏସିରେ ଉତ୍ତେଜନା, ସେପଟେ ନଭେମ୍ବର ୧୭ରେ ବ୍ରିକ୍ସ ସମ୍ମିଳନୀରେ ମୁହାଁମୁହିଁ ହେବେ ପ୍ରଧାନମନ୍ତ୍ରୀ ମୋଦୀ ଓ ସି ଜିନପିଙ୍ଗ

Published By : Prameya-News7 Bureau | October 05, 2020 IST

ନୂଆଦିଲ୍ଲୀ ୦୫।୧୦: ମହାମାରୀ କରୋନାର ପ୍ରକୋପ ସମୟରେ ୧୨ତମ ବ୍ରିକ୍ସ ଶିଖର ସମ୍ମିଳନୀ ଚଳିତ ଥର ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ। ୧୨ତମ ବ୍ରିକ୍ସ ଶିଖର ସମ୍ମିଳନୀ ନଭେମ୍ବର ୧୭ରୁ ଭର୍ଚୁଆଲି ଆୟୋଜିତ ହେବ। ସଂପ୍ରତି ଏଲଏସିରେ ଭାରତ-ଚୀନ ମଧ୍ୟରେ ଜାରି ସୀମା ବିବାଦ ମଧ୍ୟରେ ଦୁଇ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ଭେଟ ହେବାକୁ ଯାଉଛି।

କୁହାଯାଉଛି ଏଲଏସିରେ ଉତ୍ତେଜନା ସମୟରେ ନଭେମ୍ବର ୧୭ରେ ପ୍ରଥମ ଥର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମୁହାଁମୁହିଁ ହେବେ। କିନ୍ତୁ ଦୁଇ ନେତାଙ୍କ ଏହି ଭେଟ ଭିଡିଓ କନଫରେନ୍ସିଂ ଜରିଆରେ ଭର୍ଚୁଆଲ ହେବ।

{"id":339142,"sizeSlug":"large"}

ଚଳିତ ବର୍ଷ ଶିଖର ସମ୍ମିଳନୀରେ ବ୍ରିକ୍ସ ଦେଶର ନେତାଙ୍କ ବୈଠକର ଶୀର୍ଷକ ’ବୈଶ୍ଵିକ ସ୍ଥିରତା ଓ ଅଭିନବ ବିକାଶ ପାଇଁ ବ୍ରିକ୍ସର ଭାଗିଦାରୀ’  ରହିଛି। ୨୦୨୦ରେ ରୁଷରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ବହୁପକ୍ଷୀୟ ସହଯୋଗ ଏବଂ ଲୋକଙ୍କ ଜୀବନସ୍ତର ବଢାଇବାରେ ଯୋଗଦାନ ଦେବା ରହିଛି। ଚଳିତ ବର୍ଷ ବ୍ରିକ୍ସର ଦେଶ ଶାନ୍ତି ଓ ସୁରକ୍ଷା, ଅର୍ଥବ୍ୟବସ୍ଥା ଓ ବିତ୍ତ, ସାଂସ୍କୃତିକ ଓ ଲୋକଙ୍କ ମଧ୍ୟରେ ଯୋଗାଯୋଗ ଆଦି ବିଷୟରେ ରଣନୈତିକ ଭାଗିଦାରୀ ଜାରି ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତ ଓ ଚୀନ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଜାରି ଉତ୍ତେଜନା କମ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତଥାପି ବିଶ୍ଵାସଘାତ ଚୀନକୁ ପ୍ରତି ଚାଲର ମୁକାବିଲା ପାଇଁ ଭରାତୀୟ ବାୟୁସେନା ଓ ସ୍ଥଳସେନା ମିଳିତ ଭାବେ ରଣନୀତି ଆଧାରରେ କାର୍ଯ୍ୟ କରୁଛନ୍ତି। ସୀମାରେ ବାୟୁସେନା ନିଜର ପ୍ରସ୍ତୁତିକୁ ଆହୁରି ଜୋରଦାର କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.