ସୋମବାର ଭାରତ ଆସିବେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟ୍ଟିନ, ପିଏମ୍‌ ମୋଦିଙ୍କ ସହ ଶିଖର ସମ୍ମିଳନୀରେ ହେବେ ସାମିଲ

Published By : Prameya-News7 Bureau | December 05, 2021 IST

ନୂଆଦିଲ୍ଲୀ ୦୫/୧୨ : ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟ୍ଟିନ ସୋମବାର ଭାରତ ଆସୁଛନ୍ତି । ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହିତ ଭାରତୀୟ ସମକକ୍ଷଙ୍କ ସହ ଶିଖର ସମ୍ମିଳନୀରେ ଯୋଗଦେବେ । ଶିଖର ସମ୍ମିଳନୀରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଉର୍ଜା ଏବଂ ଜ୍ଞାନକୌଶଳ ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି ।

ପୁଟ୍ଟିନ ଭାରତରେ ପହଞ୍ଚିବା ପରେ ଟୁ ପ୍ଳସ୍ ଟୁ ଶିଖର ସମ୍ମୀଳନୀରେ ଆଫଗାନିସ୍ତାନ ସ୍ଥିତି ପ୍ରସଙ୍ଗରେ ଆଲୋଚନା କରିବେ । ଏହା ସହିତ ଲସ୍କର ଏ ତୋଏବା ଏବଂ ଜୈଶ ଏ ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନଗୁଡିକ ବିରୁଦ୍ଧରେ କଡା ଜବାବ ଦେବାକୁ ମଧ୍ୟ ଆଲୋଚନା ହୋଇପାରେ ।

ଆସନ୍ତାକାଲି ବ୍ଲାଦିମିର ପୁଟ୍ଟିନ ଦିଲ୍ଲୀ ପହଞ୍ଚୁଥିବା ବେଳେ ରବିବାର ସନ୍ଧ୍ୟାରେ ହିଁ ଋଷର ବିଦେଶ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଭାରତ ପହଞ୍ଚି ସାରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ପୁଟ୍ଟିନ । ଉଭୟ ଦେଶ ମଧ୍ୟରେ ପ୍ରତି ବର୍ଷ ଶିଖର ସମ୍ମିଳନୀ ହୋଇଥାଏ । କିନ୍ତୁ କରୋନା ମହାମାରୀ କାରଣରୁ ୨୦୨୦ରେ ଏହା ସମ୍ଭବପର ହୋଇପାରିନଥିଲା । ଚୀନ ସହିତ ସୀମା ବିବାଦ ସାଙ୍ଗକୁ ଆଫଗାନିସ୍ତାନରେ ତାଲିବାନ ସରକାର ଏବଂ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ଉପରେ ଆଲୋଚନା କରିବେ ମୋଦି ଏବଂ ପୁଟ୍ଟିନ ।

ଭାରତ ଏବଂ ଚୀନ ମଧ୍ୟରେ ହେବାକୁ ଥିବା ଶିଖର ସମ୍ମୀଳନୀରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ରହିଛି ସୀମା ବିବାଦ ଏବଂ ଆତଙ୍କବାଦ । ସୀମା ପାର୍‌ ଆତଙ୍କବାଦ ଏବଂ ଆଫାଗାନିସ୍ତାନ ସଙ୍କଟ କାରଣରୁ ସୁରକ୍ଷା ବ୍ୟବସ୍ଥା ଉପରେ ବଢୁଥିବା ସଙ୍କଟ ବାବଦରେ ଆଲୋଚନା ହେବ । ଭାରତ ଏବଂ ଋଷ ମଧ୍ୟରେ ହେବାକୁ ଥିବା ଟୁ ପ୍ଳସ୍‌ ଟୁ ଶିଖର ସମ୍ମିଳନୀକୁ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.