ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
28/06/2019 at 11:40 AM

ଓସାକା ୨୮|୬: ଜାପାନ ଓସାକାରେ ଚାଲିଥିବା ଜି-୨୦ ବୈଠକରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏହି ଦୁଇ ବିଶ୍ବସ୍ତରୀୟ ନେତା ।
ବିଶେଷ କରି ଟିକସ, ପ୍ରତିରକ୍ଷା, ଫାଇଭ୍-ଜି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ନେତା ଆଲୋଚନା କରିଛନ୍ତି । ଆଲୋଚନାରେ ଇରାନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି । ଆଲୋଚନା ବେଳେ ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଟ୍ରମ୍ପ । ମୋଦି ତାଙ୍କର ପରମବନ୍ଧୁ ଓ ଭାରତରେ ମୋଦି ଭଲ କାମ କରୁଛନ୍ତି ବୋଲି କହିଛନ୍ତି ଟ୍ରମ୍ପ ।
ବୈଠକରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ଉପସ୍ଥିତ ଥିଲେ । ଭାରତ, ଆମେରିକା ଏବଂ ଜାପାନ ବିଶ୍ୱର ତିନିଟି ପ୍ରମୁଖ ଦେଶ । ସବକା ସାଥ୍ ସବକା ବିକାଶର ମୂଳମନ୍ତ୍ର ନେଇ ଭାରତ ଆଗକୁ ବଢୁଥିବା କହିଛନ୍ତି ମୋଦି ।