Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଟାଇମ୍ ମାଗାଜିନ୍ ଜାରି କଲା ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା: ପ୍ରଧାନମନ୍ତ୍ରୀ ମୋଦି ଓ ଶାହିନ୍ ବାଗ୍‌ର ଦାଦୀଙ୍କ ନାଁ ସାମିଲ୍

23/09/2020 at 1:14 PM

ନୂଆଦିଲ୍ଲୀ ୨୩/୦୯ : ଦୁନିଆର ସବୁଠରୁ ପ୍ରତିଷ୍ଠିତ ମାଗାଜିନ TIME ବର୍ଷ ୨୦୨୦ର ସବୁଠାରୁ ପ୍ରଭାବଶାଳୀ ୧୦୦ ଜଣଙ୍କ ତାଲିକା ଜାରି କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣିଥରେ ମାଗାଜିନରେ ସ୍ଥାନ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସମେତ ମୋଦିଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି । ଟାଇମ୍ ମାଗାଜିନ ତରଫରୁ ପ୍ରତିବର୍ଷ ଏହି ତାଲିକା ଜାରି କରାଯାଏ । ଏଥିରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଦୁନିଆକୁ ପ୍ରଭାବିତ କରୁଥିବା ଲୋକଙ୍କ ସାମିଲ କରାଯାଇଥାଏ । ପ୍ରଧାନମନ୍ତ୍ରୀ ମୋଦି ଜଣେ ହିଁ ଭାରତୀୟ ନେତା । ଏହି ତାଲିକାରେ ବଲିଉଡ ତାରକା ଆୟୁଷ୍ମାନ ଖୁରାନାଙ୍କୁ ସ୍ଥାନ ମିଳିଛି ।

ଶାହିନ୍ ବାଗରେ ପ୍ରଦର୍ଶନକୁ ନେଇ ଚର୍ଚ୍ଚାକୁ ଆସିଥିବା ୮୨ ବର୍ଷ ବୟସ୍କା ବିଲକିସ୍ ଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି । ଗତ ବର୍ଷ ଲଣ୍ଡନରେ ଜଣେ ରୋଗୀଙ୍କୁ ଏଚଆଇଭିରୁ ମୁକ୍ତି ଦେବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିବା ପ୍ରଫେସର ରବୀନ୍ଦ୍ର ଗୁପ୍ତାଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି । ଲଣ୍ଡନ ସେହି ରୋଗୀ ଦୁନିଆର ଦ୍ୱିତୀୟ ରୋଗୀ ଯିଏ ଏଚଆଇଭି ମୁକ୍ତ ହୋଇଛନ୍ତି ।

ଆଲଫାବେଟ୍ ଓ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ମଧ୍ୟ ଟାଇମ୍ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଅଛନ୍ତି । ସୁନ୍ଦର ପିଚାଇ ୪୨ ବର୍ଷ ବୟସରେ ଦୁନିଆର ସବୁଠାରୁ ବଡ ଟେକ କମ୍ପାନୀ ମଧ୍ୟରୁ ଗୋଟିଏ ଗୁଗଲର ସିଇଓ ହୋଇଛନ୍ତି ।

   Related Posts