ଚୌକିଦାର ଯୁଦ୍ଧରେ ନୂଆ ମୋଡ଼ : ମୋଦି ନିଜ ଟ୍ୱିଟର ଆକାଉଣ୍ଟରେ ନାଁ ବଦଳାଇ ଲେଖିଲେ 'ଚୌକିଦାର ନରେନ୍ଦ୍ର ମୋଦି'

Published By : Prameya-News7 Bureau | March 17, 2019 IST

ଦିଲ୍ଲୀ ୧୭/୩ : କଂଗ୍ରେସ ବିଜେପି ମଧ୍ୟରେ ଜାରିଥିବା ଚୌକିଦାର ଯୁଦ୍ଧରେ ଏବେ ଏକ ନୂଆ ଟ୍ଵିଷ୍ଟ ଆସିଛି | କଂଗ୍ରେସକୁ ମୁହଁତୋଡ ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର ଆକାଉଣ୍ଟର ନାଁ ବଦଳାଇ ଦେଇଛନ୍ତି | ସେ ନିଜ ଟ୍ୱିଟର ଆକାଉଣ୍ଟ ନା ବଦଳାଇ ଚୌକିଦାର ନରେନ୍ଦ୍ର ମୋଦି ରଖିଛନ୍ତି | ଗତକାଲି ବିଜେପି ନିଜର 'ମେଁ ଭି ଚୌକିଦାର ହୁଁ' ଅଭିଯାନ ଆରମ୍ଭ କରିଥିଲା | ମୋଦି ଏହି ପଦକ୍ଷେପ ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ନିଜ ନାଁ ଆଗରେ ଚୌକିଦାର ଲଗେଇଛନ୍ତି |

{"id":94380}

ଏହାପରେ ଅନେକ ବିଜେପି ନେତା ନିଜ ନିଜ ଆକାଉଣ୍ଟର ନାଁ ବଦଳାଇ ନିଜ ନାଁ ଆଗରେ ଚୌକିଦାର ଲଗେଇଛନ୍ତି | କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା, ପୁନମ ମହାଜନ, ଅମିତ ମାଲବୀୟ, କେନ୍ଦ୍ରମନ୍ତ୍ରୀ ପି.ପି.ଚୌଧୁରୀ, ମିନାକ୍ଷୀ ଲାଖି, ବିଜେନ୍ଦ୍ର ଗୁପ୍ତା, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାବତ, ଅନୁରାଗ ଠାକୁରଙ୍କ ସମେତ ଅନେକ ବିଜେପି ନେତା ଏବେ ଟ୍ୱିଟରରେ ଚୌକିଦାର ହୋଇଛନ୍ତି |

wp:core-embed/twitter {"url":"https://twitter.com/i/status/1107163540291571712","type":"rich","providerNameSlug":"twitter","className":""}
https://twitter.com/i/status/1107163540291571712
/wp:core-embed/twitter


ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ମୋଦି ଚାଏବେଳେ ଅଭିଯାନ ଆରମ୍ଭ କରିଥିଲେ | ୨୦୧୭ ମସିହା ବିଧାନସଭା ନିର୍ବାଚନବେଳେ କଂଗ୍ରେସ 'ବିକାଶ ପଗଲା ଗୟା ହେ' ନାରା ଦେଇଥିଲା | ଏହାର ଜବାବରେ ବିଜେପି 'ମେଂ ବିକାଶ ହୁଁ' ଅଭିଯାନ ଆରମ୍ଭ କରିଥିଲା | ଚାଳିତଥର ମଧ୍ୟ ଏଭଳି ଅଭିଯାନ ଦ୍ୱାରା ମୋଦି ଜନତାଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି | ବିଜେପି ଏନେଇ ଏକ ଭିଡିଓ ଜାରି କରିଛି |

{"id":94382}

ଏହି ଭିଡିଓ ଏବେ ଟ୍ୱିଟରରେ ଟପ ଟ୍ରେଣ୍ଡରେ ସାମିଲ ହୋଇଛି | ଭିଡିଓକୁ ନେଇ ମନ୍ତବ୍ୟ ଦେଇଛି କଂଗ୍ରେସ | ଶନିବାର ଦିନ ରାହୁଲ ଗାନ୍ଧୀ ଏହି ଭିଡିଓକୁ ଆକ୍ଷେପ କରି ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଲେଖାଯାଇଥିଲା, 'ରକ୍ଷାତ୍ମକ ଟ୍ୱିଟର ମିଷ୍ଟର ମୋଦି | ଆଜି ଆପଣଙ୍କୁ ଏପରାଧ ବୋଧ ଅନୁଭୂତ ହେଉଛି' | ଏହି ଫଟୋରେ ମୋଦିଙ୍କ ସହ ପିଏନବି ଠକେଇ ମାମଲାର ବିଦେଶ ଫେରାର ଅଭିଯୁକ୍ତ ନିରବ ମୋଦି, ମେଁହୁଳ ଚୋକସି, ବିଜୟ ମାଲ୍ୟା ଅଛନ୍ତି | ଏହାସହ ଫଟୋରେ ଅନିଲ ଅମ୍ବାନୀ ମଧ୍ୟ ଅଛନ୍ତି |

{"id":94383}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.