Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉତ୍ତେଜନା ମଧ୍ୟରେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ପ୍ରଥମ ଥର ଆଲୋଚନା

15/08/2020 at 4:00 PM

ନୂଆଦିଲ୍ଲୀ ୧୫।୦୮: ସୀମା ବିବାଦକୁ ନେଇ ଉତ୍ତେଜନା ମଧ୍ୟରେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସ୍ଵାଧୀନତା ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ହୋଇଛନ୍ତି। ସୂତ୍ର ଅନୁଯାୟୀ ଦୁଇ ଦେଶର ନେତାଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ୍ ବାର୍ତ୍ତାଳପ ହୋଇଛି। ପ୍ରଥମ ଥର ଭାରତ-ନେପାଳ ମଧ୍ୟରେ ଉତ୍ତେଜନା ସାମ୍ନାକୁ ଆସିବା ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି।

କେପି ଓଲି ଫୋନରେ ଶୁଭକାମନା ଦେବା ସହିତ ଅନ୍ୟ ବିଷୟରେ ମୋଦୀଙ୍କ ସହ ଆଲୋଚନା କରିଛନ୍ତି। ସୂତ୍ର ଅନୁଯାୟୀ ଓଲି ଦାବି କରିଛନ୍ତି ଯେ ଏହି ସମ୍ବାଦକୁ କାହାରି ପରାଜୟ କି ବିଜୟ କିମ୍ବା ମୁଣ୍ଡ ନୁଆଁଇବା ଦୃଷ୍ଟିରେ ଦେଖାନଯାଉ। ଦୁଇ ଦେଶର ସମ୍ବନ୍ଧରେ ସୁଧାର ଆସୁଛି। ଉଭୟ ପକ୍ଷ ତରଫରୁ ପ୍ରୟାସ ଜାରି ରହିଛି।

ଅନ୍ୟପଟେ ସ୍ଵାଧୀନତା ଦିବସ ଅବସରରେ ଭାରତରେ ବାଂଲାଦେଶର ଅବସ୍ଥାପିତ ରାଷ୍ଟ୍ରଦୂତ କହିଛନ୍ତି ବାଂଲାଦେଶର ମୁକ୍ତି ସଂଗ୍ରାମ ପାଇଁ ଭାରତର ଆଭାର ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଦୁଇ ଦେଶର ସେନା ଏକ ସଙ୍ଗେ ରକ୍ତ ବୁହାଇଛନ୍ତି। ମୁକ୍ତି ସଂଗ୍ରାମକୁ ମନେ ପକାଇ ବାଂଲାଦେଶର ରାଷ୍ଟ୍ରଦୂତ କହିଛନ୍ତି ଇତିହାସର ଏହି ଭାଗକୁ ଭୁଲାଯାଇ ପାରିବ ନାହିଁ।

ଚୀନ ଦେଲା ଶୁଭକାମନା

ଅନ୍ୟପଟେ ଚୀନ ମଧ୍ୟ ସ୍ଵାଧୀନତା ଦିବସ ଅବସରରେ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ଭାରତରେ ଚୀନର ରାଷ୍ଟ୍ରଦୂତ ଓ୍ଵେଇଡୋଙ୍ଗ ଶନିବାର କହିଛନ୍ତି ସ୍ଵାଧୀନତା ଦିବସରେ ଭାରତ ସରକାର ଓ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଶା କରୁଛୁ ଦୁଇ ଦେଶ ଶାନ୍ତି ଓ ଭାଗିଦାରୀ ସହିତ ଆଗକୁ ବଢିବେ। ସନ ଓ୍ଵେଇଡୋଙ୍ଗ କହିଛନ୍ତି ଏହା ମଧ୍ୟ ଆଶା କରୁଛୁ ପ୍ରାଚୀନ ସଭ୍ୟତା ବିଶିଷ୍ଟ ଏହି ଦୁଇ ମହାନ ଦେଶ ଭାଗିଦାରୀ ସହିତ ଆଗକୁ ବଢିବେ ଏବଂ ପ୍ରଗତି କରିବେ।

ଜାରି ସୀମା ବିବାଦ ମଧ୍ୟରେ ଭାରତ ଓ ନେପାଳର ବୈଦେଶିକ ମନ୍ତ୍ରଣାଳୟ ସ୍ତରୀୟ ଆଲୋଚନା ଅଗଷ୍ଟ ୧୭ରେ ହେବାକୁ ଯାଉଛି। ଦୁଇ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ସୋମବାର ନେପାଳର ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ବୈଠକରେ ଯୋଗ ଦେବେ। ଏହି ବୈଠକରେ ନେପାଳ ତରଫରୁ ବୈଦେଶିକ ସଚିବ ଶଙ୍କର ଦାସ ବୈରାଗୀ ଏବଂ ଭାରତ ପକ୍ଷରୁ ନେପାଳରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିନୟ କ୍ଵାଟରା ରହିବେ। ଏଥିରେ ସୀମା ବିବାଦ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

   Related Posts