Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇରଫାନଙ୍କୁ ରାଜନେତାଙ୍କ ଶେଷ ସଲାମ : ଶୋକ ପ୍ରକାଶ କଲେ ମୋଦି, କହିଲେ-ଅଭିନୟ ଜଗତର ବଡ କ୍ଷତି

29/04/2020 at 4:01 PM

ମୁମ୍ବାଇ ୨୯/୦୪ : ଆଜି ସକାଳେ ବଲିଉଡ ଅଭିନେତା ଇରଫାନ ଖାନଙ୍କ ୫୪ ବର୍ଷ ବୟସରେ ନିଧନ ହୋଇଛି | ଇରଫାନ ଖାନଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରି କହିଛନ୍ତି ଯେ, ସେ ବିଭିନ୍ନ ମାଧ୍ୟମରେ ନିଜର ବହୁମୁଖୀ ଅଭିନୟ ପାଇଁ ଇରଫାନ ସର୍ବଦା ସ୍ମରଣୀୟ ହୋଇ ରହିବେ | ଇରଫାନଙ୍କ ମୃତ୍ୟୁ ଫିଲ୍ମ ଜଗତ ପାଇଁ ବହୁତ ବଡ କ୍ଷତି ବୋଲି କହିଛନ୍ତି ମୋଦି | ଭଗବାନ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ ଏବଂ ତାଙ୍କ ଆତ୍ମା ଶାନ୍ତି ମିଳୁ ବୋଲି ଟ୍ୱିଟରେ ଲେଖିଛନ୍ତି ମୋଦି |

ବଲିଉଡ ଇଣ୍ଡଷ୍ଟ୍ରି ସହ ଅନେକ ରାଜନେତା ମଧ୍ୟ ଇରଫାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୋକ ପ୍ରକାଶ କରି କହିଛନ୍ତି ଯେ, ‘ତାଙ୍କ ଅଭିନୟ ସର୍ବଦା ପ୍ରଶଂସକଙ୍କ ମନରେ ଜୀବନ୍ତ ହୋଇ ରହିବ | ଅସାଧାରଣ ଅଭିନେତାମାନଙ୍କ ମଧ୍ୟରୁ ସେ ଜଣେ | ତାଙ୍କ ଆତ୍ମାକୁ ଶାନ୍ତି ମିଳୁ |’

କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି | ରାହୁଲ କହିଛନ୍ତି ବିଶ୍ୱ ସ୍ଥରୀୟ ଓ ଟେଲିଭିଜନ ସ୍ଥରରେ ଇରଫାନ ଜଣେ ଲୋକପ୍ରିୟ ଭାରତୀୟ ଆମ୍ବାସଡର | ସେ ଜଣେ ବହୁମୁଖୀ ପ୍ରତିଭାବାନ ଅଭିନେତା ଥିଲେ | ଏହି ସଙ୍କଟାପନ୍ନ ପରିସ୍ଥିତିରେ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି ରାହୁଲ |

ଶିବରାଜ ସିଂହ ଚୌହାନ ମଧ୍ୟ ଇରଫାନଙ୍କୁ ଟ୍ୱିଟ ଜରିଆରେ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, ‘ମୃତ୍ୟୁ ସତ୍ୟ ଏବଂ ଶରୀର ନଶ୍ୱର | ସତ୍ୟ ଜାଣି ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଥାଏ | ଅଭିନୟ ଅସଲ ମହତ୍ୱ ଦେଇଥିବା ଅଭିନେତାମାନଙ୍କ ମଧ୍ୟରୁ ଜଣେ ହେଲେ ଇରଫାନ | ତାଙ୍କୁ ମୋର ଭାବନିୟ ଶ୍ରଦ୍ଧାଞ୍ଜଳି | ଦକ୍ଷ ଅଭିନୟ ଯୋଗୁଁ ତୁମେ ସର୍ବଦା ଆମ ହୃଦୟରେ ଜୀବିତ ରହିବ |” 

ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଇରଫାନଙ୍କ ନିଧନରେ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି | ସେ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଶ୍ରେଷ୍ଠ କଳାକାର ଥିଲେ ଏବଂ ତାଙ୍କ ମୃତ୍ୟୁରେ ଫିଲ୍ମ ଜଗତର ବଡ କ୍ଷତି ହୋଇଛି ବୋଲି ସେ କହିଛନ୍ତି | ଏହାସହ ଇରଫାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ସିନ୍ଧିଆ |  

ରାଜସ୍ତାନର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେ ମଧ୍ୟ ଇରଫାନଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି | ସେ ଜଣେ ଜବରଦସ୍ତ କଳାକାର ଥିଲେ | ସେ ରାଜସ୍ତାନର ପରିଚିତ ମୁହଁ | ଦୁନିଆ ଆଜି ଅଭିନୟ ଜଗତର ବହୁମୁଖୀ ପ୍ରତିଭାର ପାୱାର ହାଉସକୁ ହରାଇଛି ବୋଲି କହିଛନ୍ତି ବସୁନ୍ଧରା | ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ବସୁନ୍ଧରା ରାଜେ |

   Related Posts