Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ବିହାରବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଧନ୍ୟବାଦ, ଶାହ କହିଲେ ପଥଭ୍ରଷ୍ଟକାରୀଙ୍କୁ ଏହା ଉଚିତ୍ ଶିକ୍ଷା…

11/11/2020 at 10:00 AM

ନୂଆଦିଲ୍ଲୀ ୧୧।୧୧: ବିହାରରେ ପୁଣି ଥରେ ନୀତିଶ ସରକାର । ଶାସକ ଦଳର ବିରୋଧୀ ପବନ ଓ ବିପକ୍ଷ ଦଳର ପ୍ରବଳ ବିରୋଧ ସତ୍ତ୍ୱେ ବି ଏନ୍‌ଡିଏ ବହୁମତ ପାଇଛି । ଜେଡିୟୁ ନେତୃତ୍ୱାଧୀନ ମେଣ୍ଟ ନିର୍ବାଚନରେ ୨୪୩ରୁ ୧୨୫ସିଟ୍‌ରେ ବିଜୟୀ ହୋଇ ପୁଣି ଥରେ ସରକାର ଗଢିବାକୁ ଯାଉଛି । ସେପଟେ ମହାମଣ୍ଟେ ମାତ୍ର ୧୧୦ଟି ସିଟ୍‌ରେ ସୀମିତ ରହିଛି । ନିର୍ବାଚନରେ ବିଜୟ ପରେ ନୀତିଶ କୁମାର ରାଜ୍ୟରେ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ପ୍ରଧାନମନ୍ତ୍ରୀ ମୋହି ବିହାରର ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟର ବିହାର ନିର୍ବାଚନରେ ବିଜୟୀର ଶ୍ରେୟ ଜନତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୀତିଶ କୁମାରଙ୍କ ଡବଲ ଇଞ୍ଜନର ବିକାଶକୁ ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଫଳାଫଳକୁ ନେଇ ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ବିହାର ଜନତା ସାରାବିଶ୍ୱକୁ ଲୋକତନ୍ତ୍ରର ପ୍ରଥମ ପାଠ ପଢାଇଛନ୍ତି । ବିହାର ବାସିନ୍ଦାମାନେ ସାରା ଦୁନିଆରେ ପୁଣି ଥରେ ଲୋକତନ୍ତ୍ରକୁ ମଜବୁତ କରିଛନ୍ତି । ରାଜ୍ୟର ବିକାଶ ଦିଗରେ ବିହାର ଜନତା ନିଜର ରାୟ ଦେଇଛନ୍ତି । ସେହିପରି ଅନ୍ୟ ଏକ ଟ୍ୱିଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିହାରର ପ୍ରତ୍ୟେକ ଭୋଟର ନିଜ ଆଗାମୀ ଭବିଷ୍ୟତ ଓ ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିହାରରେ ୧୫ବର୍ଷ ପରେ ପୁଣି ଥରେ ଏନ୍‌ଡିଏକୁ ଲୋକଙ୍କ ଆର୍ଶୀବାଦ ମିଳିଛି ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନିର୍ବାଚନ ଫଳାଫଳ ପରେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ବିଜେପି- ହେଉଛି ବିକାଶ-ବିଶ୍ୱାସ-ପ୍ରଗତିର ପ୍ରତୀକ । ବିହାର ନିର୍ବାଚନ ଫଳାଫଳ ଓ ଅନ୍ୟ ରାଜ୍ୟରେ ହୋଇଥିବା ଉପ-ନିର୍ବାଚନରେ ବିଜେପି ଲୋକଙ୍କ ସମର୍ଥନ ମିଳିଛି । ଯାହାକୁ ନେଇ ଆମେ ସର୍ବଦା ଲୋକମାନଙ୍କ ପାଖରେ ଚିରରୁଣ ରହିବୁ । ଆମେ ପାର୍ଟିର ଏହି ବିଜୟ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ସମସ୍ତ ବିଜେପି କର୍ମକତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଲାଗି ସମ୍ଭବ ହୋଇଛି ।  ନିର୍ବାଚନରେ ଲୋକଙ୍କ ମତ ସ୍ପଷ୍ଟ କରୁଛି ଯେ, ଏବେବି ସାଧାରଣଲୋକଙ୍କ ମୋଦି ସରକାରଙ୍କ ସପକ୍ଷରେ ସମର୍ଥନ ରହିଛି । କରୋନା ବିରୋଧରେ ମୋଦି ସରକାରଙ୍କ ସଫଳ ଲଢେଇକୁ ଏହା ମଧ୍ୟ ପ୍ରମାଣିତ କରୁଛି । ବିହାରୀବାସୀ ମିଛ ପ୍ରତିଶୃତି, ଜାତିବାଦ ଓ ତୃଷ୍ଟିକରଣ ରାଜନୀତିକୁ ନଆପଣାଇ ଏନ୍‌ଡିଏକୁ ସମର୍ଥନ ଦେଇଛନ୍ତି ।

   Related Posts