Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର, ଶାଳକର ଠେଙ୍ଗାମାଡ଼ରେ ଭିଣୋଇ ମୃତ
  • ||

ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଆଜି : ନିର୍ବାଚନ ପାଇଁ ନମୋ ଦେବେ ଗୁରୁମନ୍ତ୍ର

27/08/2018 at 10:23 PM

ନୂଆଦିଲ୍ଲୀ ୨୮।୮ : ଆଜି ବିଜେପି ଶାସିତ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବ । ଏହି ବୈଠକ ଦୀର୍ଘ ୧୦ଘଣ୍ଟା ଧରି ଚାଲିପାରେ । ମୁଖ୍ୟତଃ ଆଗାମୀ ସାଧାରଣ ନିର୍ବାଚନ ଓ ବର୍ଷ ଶେଷ ବେଳକୁ ଅନୁଷ୍ଠିତ ହେବାକୁ ଥିବା ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ସଂପର୍କରେ ବ୍ୟାପକ ଆଲୋଚନା ହୋଇପାରେ । ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୁଖ୍ୟମନ୍ତ୍ରୀମାନଙ୍କୁ ସମ୍ବୋଧିତ କରିବେ । ସେହିଭଳି ଉଦ୍ଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମାନଙ୍କୁ ଗୁରୁଜ୍ଞାନ ପ୍ରଦାନ କରିବେ । ଏହି ବୈଠକରେ କଂଗ୍ରେସର ସ୍ଥିତି ଓ ନିକଟରେ ୟୁରୋପ ଗସ୍ତ ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏନଡିଏ ସଂପର୍କରେ ଦେଇଥିବା ଟୀକା ଓ ଟିପ୍ପଣୀ ସଂପର୍କରେ ମଧ୍ୟ ଆଲୋଚନା ହୋଇପାରେ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ବିଜେପି ଶାସିତ ରାଜ୍ୟ ମାନଙ୍କର ବାର୍ଷିକ ବୈଠକ ପରମ୍ପରା ଆରମ୍ଭ କରିଛନ୍ତି ।

ବର୍ତ୍ତମାନ ବିଜେପି ଶାସନ କରୁଥିବା ୧୫ଟି ରାଜ୍ୟ ହେଲା ହିମାଚଳପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ, ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ଝାଡଖଣ୍ଡ, ଆସାମ, ଗୋଆ, ଉତ୍ତରପ୍ରଦେଶ, ତ୍ରିପୁରା, ଅରୁଣାଞ୍ଚଳପ୍ରଦେଶ ଓ ମଣିପୁର ।

   Related Posts