Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆଜି ରାତିରେ ପୁଣି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

24/03/2020 at 11:28 AM

ନୂଆଦିଲ୍ଲୀ ୨୩।୦୩ : ଦେଶବାଶୀଙ୍କୁ ପୁଣି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ମଙ୍ଗଳବାର ରାତି ୮ଟା ସମୟରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି । ଦେଶରେ କରୋନା ଭାଇରସ ନେଇ ସରକାରଙ୍କ ପ୍ରସ୍ତୁତି ଓ ଆଗାମୀ ରଣନୀତି ସମ୍ପର୍କରେ କିଛି ଘୋଷଣା କରିପାରନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ ଜରିଆରେ ଲେଖିଛନ୍ତି ଯେ, ଦେଶରେ କରୋନା ଭାଇରସରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଏହି ମହାମାରୀ ଭାଇରସ ବିଷୟରେ ଦେଶବାଶୀଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ କଥା କହିବି। ତେଣୁ ଆଜି ମାନେ ମଙ୍ଗଳବାର ରାତି ୮ଟାରେ ଦେଶବାଶୀଙ୍କୁ ପୁଣି ଥରେ ସମ୍ବୋଧନ କରିବାକୁ ଯାଉଛି ।

କରୋନା ଭାଇରସରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସଂକ୍ରମଣଙ୍କ ସଂଖ୍ୟା ୫୦୦ରୁ ଅଧିକ ଲୋକ ଥିବା ଜଣାପଡିଥିବା ବେଳେ ୧୦ଜଣଙ୍କ ମୃତ୍ୟୁ ହୋଇସାରିଛି । କରୋନାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ।  ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ଜରୁରୀ ପରିସ୍ଥିତି ଘୋଷଣା କରିବା ପରେ ମହାରାଷ୍ଟ୍ର, ଦିଲ୍ଲୀ ମଧ୍ୟ ଘୋଷଣା କରିଛନ୍ତି ।  ଦେଶର ବଳକା ରାଜ୍ୟଗୁଡିକ ଲକ୍‌ଡାଉନ୍‌ ଘୋଷଣା କରିସାରିଛନ୍ତି । ଦେଶରେ କରୋନା ନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।

   Related Posts