ଚାକିରୀର ପ୍ରଥମ ଦିନରେ ‘ସିଂଘମ’ ହୁଅ ନାହିଁ, ଯୁବ ଆଇପିଏସ୍ ଅଫିସରଙ୍କୁ କର୍ତବ୍ୟ ମନ୍ତ୍ର ଦେଲେ ମୋଦି

Published By : Prameya-News7 Bureau | September 04, 2020 IST

ହାଇଦ୍ରାବାଦ ୦୪/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହାଇଦ୍ରାବାଦରେ ଯୁବ ଆଇପିଏସ୍ ଅଫିସରଙ୍କୁ ସମ୍ବୋଧନ କରିଛନ୍ତି। ସଦ୍ର୍ଦାର ବଲ୍ଲଭ ଭାଇ ପଟେଲ ନାସନାଲ ପୋଲିସ୍ ଅକାଦେମିର ‘ଦୀକ୍ଷିତ ପରେଡ’ରେ ପିଏମ୍ ଭିଡିଓ କନଫରେନ୍ସିଂ ଜରିଆରେ ସେମାନଙ୍କ ସହ ଯୋଡି ହୋଇଛନ୍ତି। ଏ ଅବସରରେ ସେ ଯୁବ ଅଧିକାରୀଙ୍କ କ୍ୟାରଅରକୁ ନେଇ ଗୁରୁତ୍ୱପୂର୍ଣ୍ଣ  ପରାମର୍ଶ ଦେଇଛନ୍ତି। ୟାରି ଭିତରେ ପିଏମଙ୍କୁ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ସିଘଂମ’ କଥା ମନେ ପଡ଼ିଥିଲା।

ସମ୍ବୋଧନ କରିବା ସମୟରେ ମୋଦି ସିଂଘମ ଫିଲ୍ମକୁ ମନେ ପକାଇ କହିଲେ-‘‘କିଛି ପୋଲିସ୍ ଚାକିରିଆ ପ୍ରଥମ ଦିନର କାମରେ ଯୋଗ ଦେବା ମାତ୍ରେ ସେମାନଙ୍କ ଦବଦବା ଦେଖାଇବା ଆରମ୍ଭ କରନ୍ତି। ଡରାଇବା ତଥା ନାଁ ଶୁଣୁ ଶୁଣୁ ଲୋକେ କେମିତି ଡରିବେ ସେ ବିଷୟରେ ଭାବନ୍ତି। ଯେଉଁମାନେ ସିଂଘମ ଫିଲ୍ମ ଦେଖି ବଡ଼ ହୁଅନ୍ତି ସେମାନଙ୍କ ମୁଣ୍ଡରେ ଏହି କଥାହିଁ ରହିଥାଏ। ସେଥିପାଇଁ ଯେଉଁ କାମ କରିବାର ଥାଏ ସେସବକୁ ସେମାନେ କରିପାରନ୍ତି ନାହିଁ।

ଆହୁରି କହିଛନ୍ତି, ଲୋକଙ୍କ ଉପରେ ପ୍ରଭାବ ପକାଇବା ନା ଲୋକଙ୍କୁ ପ୍ରେମରେ ଯୋଡିବା ଏହାକୁ ପ୍ରଥ‌ମେ ସୁନିଶ୍ଚିତ କରିବା ଦରକାର। ପ୍ରଭାବ ପକାଇବାର ସମୟସୀମା ଖୁବ୍ କମ୍। ଯଦି ପ୍ରେମରେ ଯୋଡି ହେବେ ଅବସର ପରେ ବି ଲୋକ ମନେ ରଖିବେ। ଯଦି ଥରେ ଜନମାନସର ହୃଦୟକୁ ଛୁଇଁଯିବେ ତେବେ ଲୋକଙ୍କ ଦୃଷ୍ଟିକୋଣ ବଦଳିଯବି ବୋଲି ପରାମର୍ଶ ଦେଇଛନ୍ତି ମୋଦି। 

ସେ କହିଛନ୍ତି ଦିଲ୍ଲୀରେ ମୁଁ ନିୟମିତ ସେହି ଯୁବ ଆଇପିଏସ୍ ଅଧିକାରୀଙ୍କ ସହ କଥା ହୁଏ ଯେଉଁମାନେ ଏଠାରୁ ବାହାରି ଗଲେଣି। ଏଥର କରୋନା ପାଇଁ ସସମ୍ତଙ୍କ ସହ ଦେଖା କରିପାରିଲି ନାହିଁ। କିନ୍ତୁ ମୋର ବିଶ୍ବାସ ମୋ କାର୍ଯ୍ୟକାଳ ମଧ୍ୟରେ ମୁଁ ଦିନେ ନା ଦିନେ କୌଣସି ଏକ ପ୍ରସଙ୍ଗ ଉପରେ ସମସ୍ତଙ୍କ ସହ ଦେଖା କରିବି।’’

କରୋନା ମହାମାରୀରେ ପୋଲିସ୍ ଦ୍ବାରା ବହୁତ ଭଲ କାମ ହୋଇଛି। ସେଥିପାଇଁ ବର୍ଦିକୁ ନେଇ ଗର୍ବ କର, ଖାକି ପୋଷାକର ସମ୍ମାନ ହାନି କରନ୍ତୁ ନାହିଁ ବୋଲି ମୋଦି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.