ଟିକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, କହିଲେ- 'ମହାମାରୀ ବେଳେ ଗୁରୁତ୍ୱପୂର୍ଣ୍ଣ ହେଉଛି ମାନବିକତା'

Published By : Prameya-News7 Bureau | January 16, 2021 IST

ନୂଆଦିଲ୍ଲୀ,୧୬/୦୧: ଦେଶରେ ଶନିବାରଠାରୁ ଟିକାକରଣ ଆରମ୍ଭ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି । ଏହାସହ ସେ ଦେଶବାସୀଙ୍କୁ ଉଦବୋଧନ ମଧ୍ୟ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମେ ୩କୋଟି ଲୋକଙ୍କୁ ଟିକା ଦିଆଯିବ । ପରେ ଏହାକୁ ୩୦ କୋଟି ଯାଏଁ ବୃଦ୍ଧି କରାଯିବ । ବୟସ୍କ ଓ ଗୁରୁତର ରୋଗୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ । ପ୍ରଥମ ଡୋଜ୍ ନେବା ପରେ ବି ମାସ୍କ ବାହାର କରିବା ଅନୁଚିତ । ଏହାସହ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ । କାରଣ ଦ୍ୱିତୀୟ ଡୋଜ୍ ପରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ଟିକା ସମ୍ବନ୍ଧରେ ବିଭିନ୍ନ ଗୁଜବରୁ ଦେଶବାସୀ ଦୂରରେ ରହିବା ଉଚିତ । ଟିକାର ପ୍ରଥମ ହକଦାର୍ ହେଉଛନ୍ତି କରୋନା ଯୋଦ୍ଧା ।

ସମ୍ବୋଧନ ବେଳେ ପ୍ରଧନମନ୍ତ୍ରୀ ଭାବବିହ୍ୱଳ ହୋଇଯାଇଥିଲେ । ସେ କହିଥିଲେ ଯେ, ଅନେକ ସ୍ୱାସ୍ଥ୍ୟକର୍ମୀ ନିଜ ପରିବାରଠୁ ଦୂରରେ ରହିଥିଲେ । ଅନେକଦିନ ଧରି ଘରକୁ ଯାଇନଥିଲେ । ଏପରି ଶତାଧିକ କର୍ମୀ ଅଛନ୍ତି ଯେଉଁମାନେ ଆଉ ଘରକୁ ଫେରିନତିଲେ । ଅନ୍ୟର ଜୀବନ ବଞ୍ଚାଇବା ପାଇଁ ବଳିଦାନ ଦେଇଥିଲେ । କିନ୍ତୁ ସମସ୍ତେ ଏକଜୁଟ ହୋଇ ମହାମାରୀର ମୁକାବିଲା କରିଥିଲେ । ଜନତା କର୍ଫ୍ୟୁ, ଲକଡାଉନ୍ ଓ ସଟଡାଉନକୁ ଦେଶବାସୀ ପାଳନ କରିଥିଲେ । ଏହି ସମୟରେ ମାନବିକାତ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଫଳରେ କରୋନା ମୁକାବିଲା ସହଜ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.