ଭୁଟାନରେ ମୋଦି : ରୟାଲ ୟୁନିଭରସିଟିରେ ଦେଲେ ଉଦବୋଧନ

Published By : Prameya-News7 Bureau | August 18, 2019 IST

ଥିମ୍ପୁ ୧୮/୮: ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଦ୍ବିତୀୟ ଦିନରେ ମୋଦି ରୟାଲ ୟୁନିଭରସିଟିର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ପରିପେକ୍ଷିରେ ମୋଦି ଭାରତ-ଭୁଟାନ ସମ୍ପର୍କ ବିଷୟରେ ଛାତ୍ରଛାତ୍ରୀ କହିବା ସହିତ ଭାରତର ପ୍ରଯୁକ୍ତି ବିଦ୍ୟା ବିଷୟରେ ମଧ୍ୟ କହିଛନ୍ତି । ଭାରତରେ ପ୍ରାୟ ୪ ହଜାରରୁ ଅଧିକ ଭୁଟାନ ଛାତ୍ର ପଢ଼ୁଛନ୍ତି । ଏହି ସଂଖ୍ୟା ଆଗକୁ ମଧ୍ୟ ଆହୁରି ବଢ଼ି ପାରିବ ଭୁଟାନ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଭାରତ ଆସିବାକୁ ଚାହୁଁଥିଲେ ସେମାନଙ୍କୁ ସରକାର ସହାୟତା ଦେବେ ବୋଲି ମଧ୍ୟ ମୋଦି କହିଛନ୍ତି ।

{"id":145625}

ସେହିପରି ଚନ୍ଦ୍ରଯାନ, ଅୟୁଷ୍ମାନ ଭାରତର ସଫଳତା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସେଠାକାର ଛାତ୍ରଛାତ୍ରୀଙ୍କୁ କହିଛନ୍ତି ।ମୋଦି ମନକି ବାତରେ ଶିକ୍ଷାତ୍ରୀ ମାନଙ୍କୁ ପରୀକ୍ଷା ନେଇ ଉପଦେଶ ଦେବା ଭଳି ସେଠାକାର ଛାତ୍ରଛାତ୍ରୀଙ୍କୁ ମଧ୍ୟ କିଛି ଟିପ୍ସ ଦେଇଛନ୍ତି । ପରୀକ୍ଷା ସମୟରେ ଚିନ୍ତାରେ ନରହି ଉପଯୁକ୍ତ ପରିଶ୍ରମ କରି ନିଜର ଦକ୍ଷତା ପ୍ରତିପାଦନ କରିବାକୁ ସେ କହିଛନ୍ତି ।  ଭାରତ- ଭୁଟାନ ସମ୍ପର୍କ ସ୍ବତନ୍ତ୍ର ଏବଂ ସାରା ବିଶ୍ବରେ ଭାରତ ଭୁଟାନ ପରି ପଡ଼ୋଶୀ କେହି ନାହାଁନ୍ତି ବୋଲି ସେ କହିଛନ୍ତି।

{"id":145626}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.