Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ କଂଗ୍ରେସର ତାତ୍ସଲ୍ୟ, ମନୀଷ କହିଲେ- ୨୦ ଲକ୍ଷ କୋଟି ଟଙ୍କା ତ ଏକ ନମ୍ବର, ଏଥିରେ ତଥ୍ୟ ନାହିଁ

12/05/2020 at 9:49 PM

ନୂଆଦିଲ୍ଲୀ ୧୨।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟ ସମୟରେ ଚତୁର୍ଥ ଥର ଦେଶକୁ ସମ୍ବୋଧିତ କରିବା ସମୟରେ ‘ଆତ୍ମ ନିର୍ଭର ଭାରତ ଅଭିଯାନ’ର ଘୋଷଣା କରିଛନ୍ତି। ଏଥିରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି। ସେ କହିଛନ୍ତି, ଏଥିରେ ଭାରତ ଆତ୍ମନିର୍ଭରଶୀଳ ହେବ। ଏହା ଉପରେ କଂଗ୍ରେସ ନେତା ମନିଷ ସିସୋଦିଆ କହିଛନ୍ତି, ପ୍ରଧାନମନ୍ତ୍ରୀ କେବଳ ହେଡ୍‌ ଲାଇନ୍‌ ଦେବାକୁ ଚେଷ୍ଟା କରିଛନ୍ତି। କେବଳ ନମ୍ବର ଦେଇଛନ୍ତି, ପୂରା ତଥ୍ୟ ଦେଇ ନାହାନ୍ତି।

ମନିଷ ତିଓ୍ଵାରୀ ଟୁଇଟ୍‌ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଗୋଟିଏ ଧାଡିରେ କହିବାକୁ ଗଲେ- ଏହା ହେଡ୍‌ଲାଇନ୍ ହଟିଂ। ୨୦ ଲକ୍ଷ କୋଟି ହେଉଛି ଏକ ସଂଖ୍ୟା। ଏଥିରେ କୌଣସି ପୂରା ତଥ୍ୟ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ନିଜର ସମ୍ବୋଧନରେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ଆର୍ଥିକ ପ୍ୟାକେଜ୍‌ ଆତ୍ମ ନିର୍ଭର ଭାରତ ଅଭିଯାନ ପାଇଁ ମହତ୍ଵପୂର୍ଣ୍ଣ କାମ କରିବ। ଏହା ଭାରତ ଜିଡିପିର ପାଖାପାଖି ୧୦ ପ୍ରତିଶତ ହେବ। ଏହା ଜରିଆରେ ଦେଶର  ବିଭିନ୍ନ ବର୍ଗକୁ ଶକ୍ତ କରିବାରେ ସହାୟକ  ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପ୍ୟାକେଜ୍‌ରେ ଲ୍ୟାଣ୍ଡ, ଲେବର, ଲିକ୍ୟୁଡିଟି ଓ ଲ ସବୁ ଉପରେ ଗୁରୁତ୍ଵାରୋପ କରାଯାଇଛି। ଏହି ପ୍ୟାକେଜ୍ ଲଘୁ, କୁଟିର, ଏମଏସଏମଇ ପାଇଁ ମଧ୍ୟ ଉଦ୍ଦିଷ୍ଟ ରହିଛି। ଏହା କୋଟି କୋଟି ଲୋକଙ୍କ ଆଜୀବିକାର ସାଧନ ପାଲଟିଛି। ଏହି ପ୍ୟାକେଜ୍ ସେହି ଶ୍ରମିକଙ୍କ ଲାଗି ଯିଏ ପ୍ରତ୍ୟେକ ସ୍ଥିତି, ପ୍ରତି ପାଣିପାଗରେ ଦେଶବାସୀଙ୍କ ଲାଗି ଝାଳବୁହା ପରିଶ୍ରମ କରିଥାନ୍ତି। ଏହି ପ୍ୟାକେଜ୍‌ ଆମ ଦେଶର ମଧ୍ୟମ ବର୍ଗ ପାଇଁ ଯିଏ ସଚ୍ଚୋଟତାର ସହ ଟିକସ୍ ଦେଇଥାନ୍ତି। ଏହି ପ୍ୟାକେଜ୍‌ ଦେଶର ଉଦ୍ୟୋଗ ଜଗତ ପାଇଁ ମଧ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।  

   Related Posts