Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ତିନିି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କଣ ରହିଛି କାର୍ଯ୍ୟସୂଚୀ

23/09/2021 at 4:26 PM

ନୂଆଦିଲ୍ଲୀ, ୨୩/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଏହି ସମୟରେ ସେ ଶିଖର ସମ୍ମିଳନୀରେ ଯୋଗଦେବେ ଏବଂ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ମଳିତ ଜାତିସଂଘରେ ଉଦ୍‌ବୋଧନ ଦେବେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ।

ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ତର଼ଞ୍ଜିତ ସନ୍ଧୁ ଦେଶର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆତଙ୍କବାଦ ଏପରି ଏକ ବିଷୟ ଯାହାକି ଉଚ୍ଚ ସ୍ତରୀୟ ବୈଠକରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେବ। ଭାରତୀୟ ରାଷ୍ଟ୍ରଦୂତ ପିଏମ ମୋଦିଙ୍କର ଆମେରିକା ଗସ୍ତର ୬ଟି କାର୍ଯ୍ୟସୂଚୀ ବିଷୟରେ ଜଣାଇଛନ୍ତି। ତରଞ୍ଜିତ ସନ୍ଧୁ ଆହୁରି କହିଛନ୍ତି ମୋଦିଙ୍କ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ, ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀ ଏବଂ କ୍ୱାଡ ନେତାମାନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ଶିଖର ସମ୍ମିଳନୀରେ ସାମିଲ ହେବ। ମୋଦି ଶେଷରେ ମିଳିତ ଜାତିସଂଘକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ନରେନ୍ଦ୍ରମୋଦିଙ୍କ ଯାତ୍ରାର କାର୍ଯ୍ୟସୂଚୀ-

ସନ୍ଧୁ ମୋଦିଙ୍କର ୬ ସୂତ୍ରି ଏଜେଣ୍ଡା ବିଷୟରେ କହିଛନ୍ତି, ଏଥିରେ କୋଭିଡ ଟୀକା ବିଷୟରେ ଆଲୋଚନା ହେବ। ଯାହାକି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିବ। ସନ୍ଧୁ କହିଛନ୍ତି ଯେ ଏଥିପାଇଁ ରାଷ୍ଟ୍ରପତି ବାଇଡେନ ମୋଦିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ଦେଇଥିଲେ । ଏବେ କୋଭିଡ ଟୀକାର ବିଶ୍ୱସ୍ତରୀୟ ଉପଲବ୍ଧତା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯିବ। ଏହାଛଡ଼ା ରାଷ୍ଟ୍ରଦୁତ କହିଛନ୍ତି କେବଳ ଭ୍ୟାକ୍ସିନ ନୁହେଁ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ବିଶ୍ୱ ନେତା ମାନେ ଆଲୋଚନା କରିବେ।

ସେ କହିଛନ୍ତି କି ଏହା ପୁର୍ବରୁ ଯେତେବେଳେ ଭାରତ UNSCର ଅଧ୍ୟକ୍ଷତା କରିଥିଲା ସେତେବେଳେ ଆତଙ୍କ ବାଦ ଉପରେ ଏକ ସଂକଳ୍ପ ନିଆଯାଇଥିଲା। ଏବେ ଏହା ନିଶ୍ଚିତ ରୂପେ ଅନ୍ୟ ବିଶ୍ୱ ସ୍ତରୀୟ ପ୍ରସଙ୍ଗ ସହିତ ଆଲୋଚନା ହେବ। ଏହା ହେଉଛି ସେହି ବିଷୟ ଯାହା ଉପରେ ଆମେରିକା, ଭାରତ ସହିତ ଅନ୍ୟ କ୍ୱାଡ ଦେଶ ସମୁହ ମଧ୍ୟ ନଜର ରଖିଛନ୍ତି । ସୂଚନା ଥାଉକି ପ୍ରଧାନମନ୍ତ୍ରୀ ମୋଦି ତିନି ଦିନିଆ ଗସ୍ତରେ ଆମେରିକାର ୱାଶିଂଟନରେ ପହଞ୍ଚି ସାରିଛନ୍ତି। ଭାରତୀୟ ସମୟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆଜି ୱାଶିଂଟନ ଡିସିର ମିଲିତ ବେସ ଆଣ୍ଡ୍ର୍ୟୁସରେ ଅବତରଣ କରିଥିଲେ। ଯେଉଁଠାରେ ତାଙ୍କୁ ଆମେରିକୀୟ ଅଧିକାରୀ, ଭାରତୀୟ କୁଟନୀତିଜ୍ଞ ଏବଂ ଭାରତୀୟ ଡିଆରପିଏ ସଦସ୍ୟମାନେ ସ୍ୱାଗତ କରିଥିଲେ।

   Related Posts