ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ବର୍ଷ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଚିଠି, ଜାଣନ୍ତୁ ଲେଖିଛନ୍ତି କ’ଣ?

Published By : Prameya-News7 Bureau | May 30, 2020 IST

ନୂଆଦିଲ୍ଲୀ ୩୦।୫:  କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟପାଳି ସରକାରର ଗୋଟିଏ ବର୍ଷ ପୂରଣ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସରକାରଙ୍କ ବିଭିନ୍ନ ଉପଲବ୍ଧି ସମେତ କରୋନା ସମ୍ପର୍କରେ ବି ସୂଚିତ କରିଛନ୍ତି। ଦେଶ ଯେପରି କରୋନା ବିରୋଧରେ ସଂଗ୍ରାମ କରୁଛି ଠିକ୍ ସେହିପରି ଆର୍ଥିକ ମୋର୍ଚ୍ଚାରେ ମଧ୍ୟ ଉଦାହରଣ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଚିଠିରେ ଦେଶବାସୀଙ୍କୁ ଭରସା ଦେଇଛନ୍ତି।

{"id":278450,"width":578,"height":369,"sizeSlug":"large"}

୪ ପୃଷ୍ଠାର ଏହି ଚିଠିରେ ଲକଡାଉନ୍‌ ଯୋଗୁ ଶ୍ରମିକଙ୍କ ଦୁର୍ଦ୍ଦଶା କଥା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ଗୋଟିଏ ବର୍ଷ ପୂର୍ବେ ଆଜିର ଦିନରେ ଦେଶର ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଥିଲା। ଦୀର୍ଘ ଦଶକ ପରେ ଗୋଟିଏ ରାଜନୈତିକ ଦଳ ସଂଖ୍ୟାଗରିଷ୍ଠ ଭୋଟରେ ଜିତି ଦେଶରେ ସରକାର ଗଢିଥିଲା। ଲଗାତାର ଦ୍ୱିତୀୟବାର ଜନତା ଆମକୁ ଶାସନଭାର ଅର୍ପଣ କରିଥିଲେ। ଏହି ଇତିହାସ ରଚିବାରେ  ଆପଣଙ୍କର ଯୋଗଦାନ ବି ଅତୁଳନୀୟ ଥିଲା । ଏଣୁ ଆପଣଙ୍କୁ ନମସ୍କାର କରିବାକୁ ଏହା ମୋ ଲାଗି ଏକ ଅବସର ବୋଲି ପ୍ରଧାନମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି। ଆସନ୍ତୁ ଜାଣିବା ଖୋଲା ଚିଠିରେ ଦେଶବାସୀଙ୍କୁ କ’ଣ ଲେଖିଛନ୍ତି ପ୍ରଧାନମନ୍ତ୍ରୀ?

{"id":278452,"width":580,"height":435,"sizeSlug":"large"}

ପ୍ରଧାନମନ୍ତ୍ରୀ ତାଙ୍କ ପତ୍ରରେ ପ୍ରଥମ କାର୍ଯ୍ୟକାଳ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ପରେ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ ସରକାରଙ୍କ ଉପଲବ୍ଧି ଗଣାଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ୨୦୧୪ ମସିହାରେ ଦେଶବାସୀ ଏକ ବିଶାଳ  ପରିବର୍ତ୍ତନ ସପକ୍ଷରେ ସେମାନଙ୍କର ଭୋଟ ଦେଇଥିଲେ। ଦେଶର ନୀତି ଓ ରୀତି ବଦଳାଇବାକୁ ଲୋକେ ଭୋଟ ଦେଇଥିଲେ। ଏହି ୫ ବର୍ଷରେ ସରକାର ଦେଶର ବ୍ୟବସ୍ଥାକୁ ଜଡତା ଓ ଦୁର୍ନୀତିର ପଙ୍କରୁ ବାହାର କରିଥିବା ଲୋକେ ଦେଖିଥିଲେ ବୋଲି ମୋଦି ଉଲ୍ଲେଖ କରିଛନ୍ତି।ଦ୍ୱିତୀୟପାଳିରେ ସରକାର ଶାସନକୁ ଆସିବା ପରେ କିଛି କାର୍ଯ୍ୟକ୍ରମ ହାତକୁ ନେଇଥିଲେ, ଯାହା ସ୍ମୃତିରେ ରହିବା ସ୍ୱଭାବିକ। ଅନୁଚ୍ଛେଦ ୩୭୦, ରାମମନ୍ଦିର ନିର୍ମାଣ, ତିନ ତଲାକ, ନାଗରିକତା ସଂଶୋଧନ ଆଇନ ସରକାରଙ୍କ ଏହି ସବୁ ଉପଲବ୍ଧି ଜନତାଙ୍କର  ମଧ୍ୟ ମନେଥିବା ନିଶ୍ଚିତ। ଏହି ସବୁ ଉପଲବ୍ଧି ଦେଶରେ ଇତିହାସ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ଚିଠିରେ ଲେଖିଛନ୍ତି।

wp:html /wp:html

ଚିଠିରେ ପ୍ରଧାନମନ୍ତ୍ରୀ କରୋନା ଭାଇରସ୍ ସଂକ୍ରମଣ ସମ୍ପର୍କରେ ମଧ୍ୟ ସୂଚିତ କରିଛନ୍ତି। ବୈଶ୍ୱିକ ମହାମାରୀ ଦେଶକୁ ଏବେ ଘେରି ଯାଇଛି। ଅନେକ ଭାବିଥିଲେ କରୋନା ଯେତେବେଳେ ଭାରତକୁ ସଂକ୍ରମଣ କରିବ ସେତେବେଳେ ସାରା ବିଶ୍ୱ ଲାଗି ଭାରତ ସଂକଟ ହୋଇ ଉଭା ହେବ।  ହେଲେ ଭାରତକୁ ଏପରି ନଜରରେ ଦେଖୁଥିବା ଲୋକଙ୍କ ଦୃଷ୍ଟିକୋଣ ଆମେ ବଦଳାଇ ପାରିଛେ। କରୋନା ବିରୋଧରେ ଭାରତ ଲଢୁଥିବା ଲଢେଇ ନିଶ୍ଚିତ ଜିତିବ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.