ଛିଡୁନି ପିଏମ୍ କିଶାନ-କାଳିଆ ଅଡ଼ୁଆ

Published By : Prameya-News7 Bureau | December 06, 2019 IST

ଭୁବନେଶ୍ୱର ୦୬।୧୨ - ଛିଡୁନି ପିଏମ୍ କିଶାନ-କାଳିଆ ଅଡ଼ୁଆ । ଉଭୟ ଯୋଜନାର ମିଶ୍ରଣ ହେବ ଏବଂ କାଳିଆ ହିତାଧିକାରୀ ପୂର୍ବଭଳି ସୁବିଧା ପାଇବେ ବୋଲି ରାଜ୍ୟ କୃଷି ମନ୍ତ୍ରୀ କହିବାର ଦିନକ ପରେ, ଏହା କିପରି ସମ୍ଭବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି ରାଜ୍ୟ ବିଜେପି । ଖାଲି କାଳିଆ ନୁହେଁ, ମହିଳା ହିଂସା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,  ଫୋନି ବାତ୍ୟା ପ୍ରଭାବିତଙ୍କୁ  ସହାୟତା,  ମେକ୍ ଇନ୍ ଓଡ଼ିଶା କନକ୍ଲେଭର ବିଫଳତା, କେନ୍ଦ୍ରୀୟ ଅର୍ଥ ଖର୍ଚ୍ଚ କରିନପାରିବା ପ୍ରସଙ୍ଗ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି ।

{"id":194742,"sizeSlug":"large"}

ରାଜ୍ୟ ସରକାରଙ୍କ 'କାଳିଆ' ଏବଂ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ ଯୋଜନାର ମିଶ୍ରଣ ହେବ ବୋଲି ଗତକାଲି  ଗଣମାଧ୍ୟମକୁ କହିଥିଲେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ । କିନ୍ତୁ ଉଭୟ ଯୋଜନାର ମିଶ୍ରଣ  ଅସମ୍ଭବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ପ୍ରକାଶ କରି କହିଛି ରାଜ୍ୟ ବିଜେପି ।

{"id":194743,"sizeSlug":"large"}

ଉଭୟ ଯୋଜନାର ଗାଇଡ଼ଲାଇନ ଅଲଗା ଅଲଗା । ଗୋଟିଏ କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ଅନ୍ୟଟି ଓଡ଼ିଶା ସରକାରଙ୍କର । ବଜେଟରେ ଅର୍ଥ ବ୍ୟବସ୍ଥା ନକରି ବିଜେଡି ସରକାର ଭୋଟ ପାଇଁ ଲୋକଙ୍କୁ କାଳିଆ ଯୋଜନା ନାଁରେ  ବିଭ୍ରାନ୍ତ କରିଛନ୍ତି ବୋଲି ବିଜେପି ଆକ୍ଷେପ କରିଛି ।

{"id":194744,"sizeSlug":"large"}

ତେବେ, ବିଜେପିର ଏଭଳି ଅଭିଯୋଗ ଠିକ ନୁହେଁ ବୋଲି କହିଛି ବିଜେଡି । ପିଏମ୍‌ କିଷାନରେ ଭୂମୀହୀନଙ୍କ ପାଇଁ କୌଣସି ସହାୟତାର ବ୍ୟବସ୍ଥା ନାହିଁ । ମାତ୍ର, କାଳିଆରେ  ଚିହ୍ନଟ୍‌ ୧୪ ଲକ୍ଷ ୭୦ ହଜାର ଭୂମିହୀନଙ୍କୁ ବାର୍ଷିକ ୧୨ ହଜାର ୫ ଶହ ଟଙ୍କା ପୂର୍ବଭଳି  ମିଳିବ ବୋଲି ଶାସକ ଦଳ କହିଛି । ଉଭୟ ଯୋଜନାର ମିଶ୍ରଣ ସତ୍ବେ, କାଳିଆ ଯୋଜନା ଚାଲୁ ରହିବ ବୋଲି ରାଜ୍ୟ କୃଷି ମନ୍ତ୍ରୀ ସ୍ପଷ୍ଟ କରିସାରିଥିବାବେଳେ, ଏବେ ସନ୍ଦେହ କେଉଁଠି ରହିଲା ବୋଲି ବରିଷ୍ଠ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ପାଲଟା ଜବାବ ରଖିଛନ୍ତି ।    

{"id":194745,"sizeSlug":"large"}

ସାମ୍ବାଦିକ ସମ୍ମିଳନୀରେ କାଳିଆ ବ୍ୟତୀତ, ଅନ୍ୟ ୫ଟି ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.