ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | February 24, 2019 IST

ଗୋରଖପୁର ୨୪|୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶର ଗୋରଖପୁରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି । ୭୫ ହଜାର କୋଟି ଟଙ୍କାର ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଶୁଭାରମ୍ଭ କରି ଆଜି ୧ କୋଟି କୃଷକଙ୍କ ଖାତାକୁ ୨ ହଜାର ଟଙ୍କା ପଠାଯାଇଛି । ଏହାଛଡା ଆସନ୍ତା ୨-୩ଦିନ ମଧ୍ୟରେ ଅନ୍ୟ ୧ କୋଟି କୃଷକଙ୍କୁ ଟଙ୍କା ପଠାଯିବ ।

{"id":88211}

୨୦୧୯-୨୦ର ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ପିଏମ୍ କିଷାନ ଯୋଜନାର ଘୋଷଣା କରିଥିଲେ । ଏହି ଯୋଜନା ଦ୍ବାରା ୧୨ କୋଟି କ୍ଷୁଦ୍ର ଚାଷୀଙ୍କୁ ପ୍ରତି ବର୍ଷ ୬ ହଜାର ଟଙ୍କା ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି । ଏହି ରାଶି ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ଥିବା ତିନିଟି କିସ୍ତିରେ ଦିଆଯିବ । ଏହି ଯୋଜନାକୁ ଚଳିତ ଆର୍ଥିକ ବର୍ଷରୁ ଲାଗୁ କରାଯାଇଛି ଏବଂ ଏହି କାରଣରୁ କୃଷକମାନଙ୍କୁ ମାର୍ଚ୍ଚ ମାସ ଶେଷ ହେବା ପୂର୍ବରୁ ପ୍ରଥମ କିସ୍ତି ଦିଆଯାଉଛି ।

କୃଷକ ନିଧି ଯୋଜନା ଆରମ୍ଭ କରିବା ପରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଦେଶବ୍ୟାପୀ କୃଷକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହାକୁ ଐତିହାସିକ ଦିବସ କହି ଟୁଇଟ୍  କରିଛନ୍ତି । ପ୍ରଧାନମନ୍ତ୍ରୀ ନିମାପଡାର ଚାଷୀ ଗୌରୀ ପ୍ରିୟା ମହାପାତ୍ରଙ୍କ ସହ କଥା ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.