Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ପିଏମ୍‌ କିଷାନ୍‌ ସମ୍ମାନ ନିଧି ଯୋଜନା: ଏହି ତାରିଖ ପୂର୍ବରୁ ପଞ୍ଜୀକରଣ କଲେ ମିଳିବ ୪ ହଜାର ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ…

7/03/2021 at 4:06 PM

ନୂଆଦିଲ୍ଲୀ, ୦୭/୦୩: ପିଏମ୍‌ କିଷାନ୍‌ ସମ୍ମାନ ନିଧି ଯୋଜନାରେ ପଞ୍ଜୀକରଣ କରିଥିବା କୃଷକଙ୍କ ପାଇଁ କେନ୍ଦ୍ର ସରକାର ଶତ ପ୍ରତିଶତ ପାଣ୍ଠି ଯୋଗାଇ ଦେଉଛନ୍ତି । ଏହି ସ୍କିମ୍‌ରେ ୨ ଏକରରୁ କମ୍‌ ଜମି ଥିବା କୃଷକ ଏବଂ ଭାଗ ଚାଷୀଙ୍କ ପରିବାରକଗୁ ସରକାର ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ଦେଇଥାନ୍ତି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକରେ ଥିବା ସରକାର ଏଥିପାଇଁ କୃଷକମାନଙ୍କୁ ଚିହ୍ନଟ କରି ସେମାନଙ୍କ ଲିଷ୍ଟ କେନ୍ଦ୍ରକୁ ଦେବାକୁ ପଡ଼ିବ । ଏହାର ଗାଇଡ୍‌ ଲାଇନ୍‌ ଅନୁସାରେ ଏହି ଟଙ୍କା ପ୍ରତ୍ୟେକ୍ଷ ଭାବେ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରାଯିବ ।

ତେବେ ଯେଉଁ ଚାଷୀମାନେ ପଞ୍ଜୀକରଣ କରିନାହାନ୍ତି ସେମାନେ ଏହି ମାସ ଅର୍ଥାତ ୩୧ ତାରିଖ ସୁଦ୍ଧା ଏଥିରେ ପଞ୍ଜୀକରଣ କରିପାରିବେ । ଏହି ତାରିଖ ପୂର୍ବରୁ ଯେଉଁମାନେ ପଞ୍ଜୀକରଣ କରିଥିବେ ସେମାନଙ୍କୁ ସରକାର ୪ ହଜାର ଟଙ୍କା ଦେବେ । ଯଦି ଏହାର ଆପ୍ଲିକେସନ୍‌ ଗ୍ରହଣ ହୋଇଯାଏ ତେବେ ହୋଲି ପୂର୍ବରୁ ୨ ହଜାର ଟଙ୍କା ମିଳିବ ଏବଂ ଏପ୍ରିଲ୍‌ ବା ମେ ମାସରେ ଏହାର ଅନ୍ୟ କିସ୍ତି ମିଳିବ ବେଲି ଏକ ରିପୋର୍ଟରେ କୁହାଯାଇଛି ।

ସୂଚନାଯୋଗ୍ୟ, କୃଷକମାନେ ପିଏମ୍‌ କିଷାନ୍‌ ସମ୍ମାନ ନିଧି ଯୋଜନାରେ ପ୍ରତିବର୍ଷ ପ୍ରଥମ କିସ୍ତି ୧ ଏପ୍ରିଲ୍‌ ରୁ ୩୧ ଜୁଲାଇ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ୱର, ତୃତୀୟ କିସ୍ତି ୧ ଡିସେମ୍ୱର ରୁ ୩୧ ମାର୍ଚ୍ଚ ମଧ୍ୟରେ ଏହି ରାଶି ପାଇଥାନ୍ତି ।

କିପରି କରିବେ ପଞ୍ଜୀକରଣ-

-ପ୍ରଥମେ ପିଏମ୍‌ କିଷାନ୍‌ ୱେବ୍‌ସାଇଟ୍‌କୁ ଯାଆନ୍ତୁ

-ଫାର୍ମର କର୍ଣ୍ଣରକୁ ଯାଆନ୍ତୁ

-ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ୍‌ରେ କ୍ଲିକ୍‌ କରନ୍ତୁ

-ଆଧାର କାର୍ଡ ନମ୍ବର ଏଣ୍ଟର କରନ୍ତୁ

-କାପ୍ଚା କୋଡ୍‌ ଏଣ୍ଟର୍ କରନ୍ତୁ

-ରାଜ୍ୟ ଚୟନ କରନ୍ତୁ

-ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ

-ବ୍ୟାଙ୍କ ଆକାଉଣ୍ଟ୍‌ ସମ୍ବନ୍ଧୀୟ ତଥ୍ୟ ଦିଅନ୍ତୁ

-ଫର୍ମ ସବ୍‌ମିଟ୍ କରନ୍ତୁ

ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟ

-ଆଧାର କାର୍ଡ

-ସିଟିଜେନ୍‌ସିପ୍‌ ସାର୍ଟିଫିକେଟ୍

-ଜମିର କାଗଜ ପତ୍ର

-ବ୍ୟାଙ୍କ ଆକାଉଣ୍ଟର ତଥ୍ୟ  

   Related Posts