ଚାଷୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାର ୭ମ କିସ୍ତି, ଜାଣନ୍ତୁ କେବେ ଆକାଉଣ୍ଟକୁ ଯିବ ଟଙ୍କା
21/12/2020 at 8:07 PM

ନୂଆଦିଲ୍ଲୀ ୨୧/୧୨ : ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନୀଧି ଯୋଜନାର ୭ମ କିସ୍ତି ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୃଷି ଆଇନ ବିରୁଦ୍ଧରେ ଦିଲ୍ଲୀରେ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଏହି ଯୋଜନାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ମଧ୍ୟ ପ୍ରଦେଶରେ ଏକ କୃଷକ ସମ୍ମୀଳନୀକୁ ସମ୍ବୋଧିତ କରିବା ଅବସରରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।
ତେବେ ୨୫ ଡିସେମ୍ବର ଅର୍ଥାତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ପିଏମ୍ କିଷାନ୍ ଯୋଜନାର ୭ମ କିସ୍ତି ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଯିବ । ଯଦି ପିଏମ୍ କିଷାନ୍ ଯୋଜନା ପୋର୍ଟାଲରେ ଆପଣଙ୍କ ଷ୍ଟାଟସ୍ ଯାଞ୍ଚ କରୁଛନ୍ତି ତେବେ ଏଥିରେ ‘ଉତ୍ପାଦିତ ଏବଂ ଦେୟ ନିଶ୍ଚିତକରଣ ବିଚାରାଧୀନ ଅଛି’ ବୋଲି ଲେଖା ଆସିବ କିନ୍ତୁ ଏଥିରେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆପଣଙ୍କ କିସ୍ତି ଖୁବ ଶୀଘ୍ର ଆପଣଙ୍କ ଆକାଉଣ୍ଟକୁ ପଠାଇଦିଆଯିବ ।
FTO ହେଉଛି ଫଣ୍ଡ୍ ଟ୍ରାନସଫର ଅର୍ଡର ବା ପାଣ୍ଠି ସ୍ଥାନାନ୍ତର ଆଦେଶ । ଏହାର ଅର୍ଥ ହେଉଛି ରାଜ୍ୟ ସରକାର ଲାଭାର୍ଥୀଙ୍କ ଆଧାର ନମ୍ବର, ମ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ବ୍ୟାଙ୍କର IFSC କୋଡ୍ ସହିତ ଅନ୍ୟ ବିବରଣୀ ସୁନିଶ୍ଚିତ କରାଯାଇଛି । ଆପଣଙ୍କ କିସ୍ତି ରାଶି ସରକାରଙ୍କ ଦ୍ବାରା ବ୍ୟାଙ୍କ ଖାତାକୁ ପଠାଇଦିଆଯିବ ।