Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଦୀପାବଳି ପୂର୍ବରୁ କୃଷକଙ୍କୁ ବଡ଼ ଉପହାର, ଡବଲ ହୋଇଯିବ ପିଏମ୍‌ କିଷାନ ଟଙ୍କା !

23/10/2021 at 12:10 PM

ନୂଆଦିଲ୍ଲୀ ୨୩।୧୦: ପାର୍ବଣ ଋତୁ କୃଷକମାନଙ୍କ ପାଇଁ ଆସିବ ଖୁସିର ଖବର ।  ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଅର୍ଥରାଶିକୁ ୨ ଗୁଣ କରିପାରନ୍ତି । ଏନେଇ ବିଚାର ବିମର୍ଶ ଚାଲିଛି । ଯଦି ଏହି ପ୍ରସ୍ତାବ ଉପରେ ସହମତି ହୋଇଯାଏ । ତେବେ ବର୍ଷକୁ ୬ହଜାରରୁ ୧୨ ହଜାର ଟଙ୍କା ମିଳିପାରେ ।

ତେବେ ଯଦି କୃଷକମାନଙ୍କୁ ଦିଆଯାଉଥିବା ଅର୍ଥରାଶି ୨ ଗୁଣ ହୋଇଯାଏ । ତେବେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ପ୍ରଥମ କିସ୍ତି ଏବେ ୨ ହଜାର ପରିବର୍ତ୍ତେ ୪ ହଜାର ଟଙ୍କା ଆସିବ । ଯାହାକି ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ଯିବ । ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର ଏହି ଯୋଜନାକୁ ଖୁବଶୀଘ୍ର ଘୋଷଣା କରିପାରନ୍ତି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବିହାର କୃଷି ମନ୍ତ୍ରୀ ଅମରେନ୍ଦ୍ର ପ୍ରତାପ ସିଂହ ଦିଲ୍ଲୀରେ କେନ୍ଦ୍ରୀୟ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣକୁ ସାକ୍ଷାତ କରିଥିଲେ । ଗଣମାଧ୍ୟମ ସହିତ କଥା ହେବା ସମୟରେ  ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ମିଳୁଥିବା ଅର୍ଥରାଶିକୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ବୋଲି କହିଥିଲେ । ଏହାପର ଠାରୁ ଏହି ଅର୍ଥରାଶି ବୃଦ୍ଧି ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

   Related Posts