ରବିବାର ଚାଷୀଙ୍କ ଆକାଉଣ୍ଟ ଆସିବ ଟଙ୍କା, ପିଏମ୍ କିଷାନ୍‌ର ୬ଷ୍ଠ କିସ୍ତି

Published By : Prameya-News7 Bureau | August 08, 2020 IST

ନୂଆଦିଲ୍ଲୀ ୦୮।୦୮: ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଆସିବ ପିଏମ୍‌ କିଷାନ ଟଙ୍କା ।ଦେଶର କୃଷକଙ୍କ  ଆକାଉଣ୍ଟକୁ ଆସିବ ୬ଷ୍ଠ ପର୍ଯ୍ୟାୟ ପିଏମ୍‌ କିଷାନ ନିଧି ଯୋଜନା ଟଙ୍କା । ଆସନ୍ତାକାଲି ଦେଶର  ସାଢ଼େ ୮କୋଟି କୃଷକଙ୍କ  ପାଖକୁ ଆସିବ ପିଏମ୍‌ କିଷାନ୍‌ ଟଙ୍କା ।

{"id":311534,"sizeSlug":"large"}

ତେବେ ଆସନ୍ତାକାଲି ମାନେ ରବିବାର ଦିନ ଚାଷୀଙ୍କ ଆକାଉଣ୍ଟକୁ ସିଧା ଯିବ ୧୭ ହଜାର କୋଟି ଟଙ୍କା  । ରବିବାର ଦିନ କୃଷି ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.