ଦେଶରେ ଆରମ୍ଭ ହେଲା ‘ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’, ଏବେ ଚାଷୀଙ୍କ ସହ ବ୍ୟବସାୟୀ ଓ ଆତ୍ମନିଯୁକ୍ତ ଲୋକେବି ହେବେ ଲାଭବାନ

Published By : Prameya-News7 Bureau | September 12, 2019 IST

ରାଞ୍ଚି ୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶରେ ଶୁଭାରମ୍ଭ କରିଛନ୍ତି ‘ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’। ୬୦ ବର୍ଷ ବୟସ ଅତିକ୍ରମ କରିଥିବା ଦେଶର ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କା ପେନସନ ଏହି ଯୋଜନା ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।  ଝାରଖଣ୍ଡ ରାଜଧାନୀ ରାଞ୍ଚିଠାରେ ପ୍ରଧାନମନ୍ତ୍ରୀ ଯୋଜନାକୁ ଉଦଘାଟନ କରି କେବଳ ଚାଷୀ ନୁହଁନ୍ତି ସେହି ବୟସର କ୍ଷୁଦ୍ର ବ୍ୟବସାୟୀ ଓ ଆତ୍ମନିଯୁକ୍ତ ଲୋକେ ମଧ୍ୟ ଏହି ପେନସନ୍ ଯୋଜନାର ଲାଭପାଇପାରିବେ ବୋଲି  କହିଛନ୍ତି।

{"id":156893}

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଯୋଜନାରେ ପାଖାପାଖି ଦେଶର ୩କୋଟି ବ୍ୟବସାୟୀ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ ନିର୍ବାଚନ ବେଳେ ଦେଶବାସୀଙ୍କ ଆଶା ଓ ଆକାଙକ୍ଷା ପୁରଣ କରିପାରୁଥିବା ଏକ ଦୃଢ ସରକାର ଲାଗି ଆମେ ଦେଶକୁ ପ୍ରତିଶ୍ରୁତି ଦେଇଥିଲୁ। ତାହା ଏବେ ପୁରଣ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଶାସନକୁ ନୂଆ ସରକାର ଆସିବା ପରେ ଦେଶର ପ୍ରତ୍ୟେକ କୃଷକ ପରିବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଦ୍ୱାରା ଲାଭାନ୍ୱିତ କରିବାକୁ ଘୋଷଣା କରାଯାଇଥିଲା।  ତାହା ଆଜି ହୋଇ ପାରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ସାଢେ ୬କୋଟି କୃଷକ ତାଙ୍କ ଜମା ଖାତାରେ ପାଖାପାଖି ୨୧ ହଜାର କୋଟିରୁ ଅଧିକ ଟଙ୍କା ପାଇ ସାରିଛନ୍ତି। ଏଥିରେ କେବଳ ଝାରଖଣ୍ଡର ୮ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୫୦କୋଟି ଟଙ୍କା ଜମା କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

{"id":156894}

ସମସ୍ତଙ୍କୁ ସଶକ୍ତ କରିବା ଲାଗି ସରକାର ଦେଶର ଆଦିବାସୀ ବହୁଳ ଅଞ୍ଚଳରେ ୪୬୨ଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନା କରିଥିଲେ। ଏହି ସବୁ ବିଦ୍ୟାଳୟ କେବଳ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ନୁହେଁ ସେମାନଙ୍କୁ କ୍ରିଡା ଓ ଦକ୍ଷତା ତାଲିମ ସହ କଳା ଓ ସାଂସ୍କୃତିକ ସୁରକ୍ଷା ଦିଗରେ ମଧ୍ୟ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାହିବଗଞ୍ଜ ଟର୍ମିନାଲର ଲୋକାର୍ପଣ କରିଥିଲେ। ଏହି ଟର୍ମିନାଲ ଝାରଖଣ୍ଡକୁ ସାରା ଦେଶ ସହ ଯୋଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟର୍ମିନାଲ ବ୍ୟତୀତ ପ୍ରଧାନମନ୍ତ୍ରୀ ଝାରଖଣ୍ଡ ବିଧାନସଭା ବିଲ୍ଡିଂର ବି ଶୁଭଉଦଘାଟନ କରିଥିବା ବେଳେ ସଚିବାଳୟ କୋଠାର ଶିଳାନ୍ୟାସ କରିଛନ୍ତି।

{"id":156895}

୧୧ ସେପ୍ଟେମ୍ବର ରୁ ଦେଶରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଘର,ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଅନ୍ୟସ୍ଥାନମାନଙ୍କରୁ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ଆମକୁ ସଂଗ୍ରହ କରିବାକୁ ପଡିବ ବୋଲି କହିଛନ୍ତି। ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରେ ଦେଶକୁ ପ୍ଲାଷ୍ଟିକମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆଦ୍ୱାନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.