ତୃତୀୟ ପ୍ରାଇଭେଟ୍ ଟ୍ରେନକୁ ପତାକା ଦେଖାଇ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ'ଣ ରହିଛି ସୁବିଧା

Published By : Prameya-News7 Bureau | February 16, 2020 IST

ବନାରସ ୧୬।୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବନାରସ-କାଶୀ 'ମହାକାଳ ଏକ୍ସପ୍ରେସ୍'କୁ ସବୁଜ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଛନ୍ତି। ଫେବୃଆରୀ ୨୦ ତାରିଖରୁ ଏହି ଟ୍ରେନ ସାଧାରଣ ରେଳସେବା ଯୋଗାଇଦେବ। ଏହି ଟ୍ରେନ କାଶୀ ବିଶ୍ୱନାଥଙ୍କ ନଗରୀ ବାରଣାସୀରୁ ଇନ୍ଦୋର ମଧ୍ୟରେ ଚଳାଚଳ କରିବ। ରେଳମାର୍ଗରେ ଯାତ୍ରୀ ୩ ଜ୍ୟୋତିର୍ଲିଙ୍ଗ କାଶୀ ବିଶ୍ୱନାଥ, ଓଁକାରେଶ୍ୱର ଓ ମହାକାଳେଶ୍ୱରଙ୍କ ଦର୍ଶନ ସୁବିଧା ପାଇପାରିବେ।

{"id":225229,"sizeSlug":"large"}

ଆଇଆରସିଟିସି ଦ୍ୱାରା ଚଳାଯାଇଥିବା କାଶୀ ମହାକାଳ ଏକ୍ସପ୍ରେସ ଦେଶର ତୃତୀୟ କର୍ପୋରେଟ୍ ଟ୍ରେନ। ଆଇଆରସିଟିସିଙ୍କ ୱେବ୍‌ସାଇଟ୍ ଅନୁସାରେ ଏହି ଟ୍ରେନରେ ବାରଣାସୀରୁ ଇନ୍ଦୋର ଯିବା ଲାଗି ଜଣେ ଯାତ୍ରୀ ପିଛା ୧ହଜାର ୯୫୧ଟଙ୍କା ଭଡା ପଡିବ। ଏହି ଟ୍ରେନରେ ମଧ୍ୟ ତେଜସ୍ ଏକ୍ସପ୍ରେସ ଭଳି ଡାୟନାମିକ ଭଡା ଆଦାୟ କରାଯିବ। ଆଇଆରସିଟିସିଙ୍କ ସୂଚନା ଅନୁସାରେ ରାତ୍ରକାଳୀନ ଯାତ୍ରାକୁ ଦୃଷ୍ଟିରେ ରଖି ଟ୍ରେନରେ ସ୍ୱାଦିଷ୍ଟ ସାକାହାରୀ ଭୋଜନ ସାଙ୍ଗକୁ ବେଡରୋଲ, ହାଉସ କିପିଙ୍ଗ ସର୍ଭିସ ସାଙ୍ଗକୁ ୧୦ ଲକ୍ଷ ଟଙ୍କାର ଯାତ୍ରା ବୀମା ମଧ୍ୟ ପ୍ରଦାନ କରାଯିବ।

{"id":225231,"width":582,"height":445,"sizeSlug":"large"}

ସୂଚନା ଯୋଗ୍ୟଯେ ଆଇଆରସିଟିସିଙ୍କ ଦ୍ୱାରା ଚଲାଯାଉଥିବା ତେଜସ୍ ଏକ୍ସପ୍ରେସ୍ ରେ ବିଳମ୍ବ ଲାଗି ଯାତ୍ରୀଙ୍କୁକ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉଛି। ଯଦି ଟ୍ରେନ ଗୋଟିଏ ଘଣ୍ଟା ବିଳମ୍ବରେ ପହଞ୍ଚେ ତେବେ ଯାତ୍ରୀଙ୍କୁ ଏଥିଲାଗି ୧୦୦ ଟଙ୍କା ଭଡା ଫେରସ୍ତ କରାଯାଉଥିବା ବେଳେ ୨ ଘଣ୍ଟା ଅଥବା ତଦୁର୍ଦ୍ଧ୍ୱ ବିଳମ୍ବ ଲାଗି ୨୫୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯାଉଛି। ମହକାଶ ଏକ୍ସପ୍ରେସ୍‌ରେ ବିମାନ ଭଳି ଏଲସିଡି ଏଣ୍ଟରଟେନମେଣ୍ଟ କମ୍ ଇନଫର୍ମେସନ ସ୍କ୍ରିନ ସାଙ୍ଗକୁ ଅନ ବୋର୍ଡ ୱାଇ-ଫାଇ ସେବା, ଆରାମ ପ୍ରଦ ସିଟ୍, ମୋବାଇଲ ଚାର୍ଜିଂ ସୁବିଧା, ବ୍ୟକ୍ତିଗତ ରିଡିଂ ଲାଇଟ୍, ମଡ୍ୟୁଲାର ବାୟୋ ଟୟଲେଟ ଓ ସେନସର ଟେପ୍ ଫିଟିଙ୍ଗ ଆଦି ସୁବିଧା ଉପଲବ୍ଧ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.