Defense expo-2020: ୫ବର୍ଷରେ ୫ ବିଲିୟନର ଏକ୍ସପୋର୍ଟ ଲକ୍ଷ ଧାର୍ଯ୍ୟକଲେ ପ୍ରଧାନମନ୍ତ୍ରୀ
5/02/2020 at 8:46 PM

ଲକ୍ଷ୍ନୌ ୫।୨: ଏଠାରେ ଅନୁଷ୍ଠିତ ହେଉଥିବା ଡିଫେନ୍ସ ଏକ୍ସପୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବିଶ୍ୱ ପ୍ରତିରକ୍ଷା ବଜାରରେ ଭାରତର ସ୍ପଷ୍ଟ ଭାଗିଦାରୀ ଘୋଷଣା କରିଛନ୍ତି। ପିଏମ ମୋଦି କହିଛନ୍ତି ଯେ ଭାରତର ପ୍ରତିରକ୍ଷା ରପ୍ତାନୀ ଆଗାମୀ ୫ ବର୍ଷରେ ୫ଲକ୍ଷ ବିଲିୟନ ଡଲାର ଅର୍ଥାତ ୩ ହଜାର ୫୦୦ କୋଟି ଟଙ୍କାରେ ପହଞ୍ଚିବା ଦରକାର।

ତେବେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସର୍ବଦା ଶାନ୍ତି ଚାହେଁ ଭାରତ। ହେଲେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଏଭଳି ମହତ୍ୱାକାଙକ୍ଷା କୌଣସି ଦେଶ ବିରୋଧରେ ନୁହେଁ। କାରଣ ଆଜି ବି ସାରା ବିଶ୍ୱରେ ଭାରତର ୬ ହଜାରରୁ ଅଧିକ ସୈନିକ ବିଶ୍ୱ ଶାନ୍ତି ସମୂହର ଅଂଶବିଶେଷ ଅଛନ୍ତି। ଗତ ୨ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନୀ ୧୭ ହଜାର କୋଟି ଟଙ୍କାରେ ପହଞ୍ଚି ପାରିଛି। ୨୦୧୪ ମସିହାରେ ଏହା ୨୦ ହଜାର କୋଟି ଟଙ୍କା ଥିଲା। ତେବେ ବିଶ୍ୱ ପ୍ରତିରକ୍ଷା ବଜାର ଉପରେ ଭାରତର ଟାର୍ଗେଟ୍ ଫିକ୍ସ କରି ପ୍ରଧାନମନ୍ତ୍ରୀ ଆଗାମୀ ବର୍ଷମାନଙ୍କରେ ପ୍ରତିରକ୍ଷା କ୍ଷେତ୍ରରେ ୨୦୦ ଷ୍ଟାର୍ଟଅପ କମ୍ପାନୀ ଆସିବାକୁ ଅଛନ୍ତି। ଫଳରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବେ ନିଜ ଉପରେ ଭରସା କରିପାରିବ।

ଏଥିରେ ଆମେ କେବଳ ଆତ୍ମ ନିର୍ଭର ହେବା ନାହିଁ ଆବଶ୍ୟକତାରେ ମିତ୍ର ଦେଶମାନଙ୍କୁ ମଧ୍ୟ ସହାୟତା କରିବା ଲାଗି ଆମକୁ ପ୍ରସ୍ତୁତ ରହିବାକୁ ପଡିବ। ଏଥିରେ କେବଳ ଆମେ ଆମ ଦେଶ କଥା ଭାବିଲେ ହେବନି। ପଡୋଶୀଙ୍କ ସୁରକ୍ଷା ମଧ୍ୟ ଆମକୁ ସୁନିଶ୍ଚିତ କରିବାକୁ ହେବ। ସେହିପରି ଦେଶ ନିଜର ସ୍ପେସ ଟେକ୍ନୋଲଜିକୁ ଦେଶରେ ଜନତାଙ୍କ କାମରେ ଉପଯୋଗ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ।