ବିଜେଡିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ - କହିଲେ ମୋ ପାର୍ଟି ସହ ଅନ୍ୟଦଳଙ୍କର ବି ଏମାନଙ୍କ ଠାରୁ ଶିଖିବାର ଅଛି

Published By : Prameya-News7 Bureau | November 18, 2019 IST

ନୂଆଦିଲ୍ଲୀ ୧୭।୧୧ - ପ୍ରଧାନମନ୍ତ୍ରୀ ମୋଦୀ ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ଅବସରରେ ରାଜ୍ୟ ସଭାରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସେ ଏନ୍‌ସିପି ଓ ବିଜେଡିକୁ ପ୍ରଶଂସା କରିଛନ୍ତି । ସଂସଦରେ ଏହି ଦୁଇ ଦଳର ସଦସ୍ୟଙ୍କ ବ୍ୟବହାରକୁ ସେ ପ୍ରଶଂସା କରିଛନ୍ତି। ଏମାନଙ୍କ ଠାରୁ ଅନ୍ୟ ଦଳ ଏପରିକି ତାଙ୍କ ଦଳର ସଦସ୍ୟମାନଙ୍କୁ ଅନେକ କିଛି ଶିଖିବାର ଅଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1196356529844191235?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1196356529844191235?s=20
/wp:core-embed/twitter

ଏହି ଦୁଇ ଦଳ ସଂସଦର କାର୍ଯ୍ୟରେ କେବେବି ବ୍ୟାଘାତ ସୃଷ୍ଟି କରିବାକୁ ଗୃହର ମଧ୍ୟ ଭାଗକୁ ଆସି ନାହାନ୍ତି । ତେବେ ବି ନିଜ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ସଠିକ୍‌ ଭାବେ ଉପସ୍ଥାପନ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ବିଜେଡି ଓ ଏନ୍‌ସିପ ଦଳ ସଂସଦୀୟ ଆଇନକୁ ବେଶ୍‌ ଭଲ ଭାବରେ ପାଳନ କରିଛନ୍ତି ବୋଲି ମୋଦୀ ଅଭିଭାଷଣରେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.