କରୋନା ମୁକାବିଲା : ଆସନ୍ତାକାଲି ସମସ୍ତ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସହ ଆଲୋଚନା କରିବେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | April 13, 2021 IST

ନୂଆଦିଲ୍ଲୀ,୧୩/୦୪:  ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କରୋନା ଭାଇରସକୁ ନେଇ ଉପୁଜିଥିବା ପରିସ୍ଥିତିର ସମୀକ୍ଷା କରିବା । ଏହାସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସହ ଆଲୋଚନା କରିବେ । ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନଜରରେ ରଖି ଏପ୍ରକାର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି ରାଜ୍ୟପାଳଙ୍କ ସହ କଥା ହେବେ ।

ସୂତ୍ରାନୁସାରେ, ଏହି ବୈଠକରେ କିପରି କରୋନା ସଂକ୍ରମଣକୁ ରୋକାଯାଇ ପାରିବ ତାହା ମୁଖ୍ୟ ପ୍ରସଙ୍ଗ ହେବ । ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଲୋକମାନେ ଅମାନିଆ ହେବା ସହ ପ୍ରଶାସନ ଚୁପ୍ ରହୁଥିବାରୁ ସଂକ୍ରମଣ ବ୍ୟାପୁଥିବା କଥା କହିଥିଲେ ମୋଦୀ ।

ଏହାସହ ପ୍ରଧାନମନ୍ତ୍ରୀ ଲୋକଙ୍କୁ ସଚେତନ ହେବା ସହ ଟିକା ନେବାକୁ ଅପିଲ କରିଥିଲେ । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟପାଳ ଓ ଅନ୍ୟମାନେ ସାମ୍ନାକୁ ଆସନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, ଟିକା ନେବା ପରେ ବି ମାସ୍କ ଓ ସାମାଜିକ ଦୂରତା ଜରୁରୀ । ଟିକାକରଣ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହଯୋଗ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ଏହାଦ୍ୱାରା ସମାଜକୁ ଏକ ସକରାତ୍ମକ ବାର୍ତ୍ତା ଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.