ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଦଳକୁ ବିଜୟ ମନ୍ତ୍ର ଦେଲେ ମୋଦି, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | November 07, 2021 IST

ନୂଆଦିଲ୍ଲୀ ୭।୧୧: ଜାତୀୟ ରାଜଧାନୀ ଦିଲ୍ଲୀରେ ରବିବାର ବିଜେପିର ଜାତୀୟ କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗକୁ ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। କାର୍ଯ୍ୟକାରଣୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି।ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଜେପିର କାର୍ଯ୍ୟନୀତି ନିର୍ଦ୍ଧାରଣ ଲାଗି ସମସ୍ତଙ୍କୁ ବଡ ମନ୍ତ୍ର ଦେଇଛନ୍ତି।

wp:embed {"url":"https://twitter.com/BJP4India/status/1457309842759053314","type":"rich","providerNameSlug":"twitter","responsive":true}
https://twitter.com/BJP4India/status/1457309842759053314
/wp:embed

କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଭୂପେନ୍ଦ୍ର ଯାଦବ କାର୍ଯ୍ୟକାରିଣୀ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କାର୍ଯ୍ୟକାରଣୀକୁ ଉଦଘାଟନ କରି ସେବା ହିଁ ବାସ୍ତବିକ ପୂଜା ବୋଲି କହିଛନ୍ତି। ପାର୍ଟିର ଇତିହାସକୁ ରେଖାଙ୍କିତ କରି ମୋଦି କହିଛନ୍ତି ଯେ ଭାରତୀୟ ରାଜନୀତିରେ ବିଜେପି ଆଜି ଯେଉଁ ସ୍ଥାନ ହାସଲ କରିଛି ଏହାର ମୁଖ୍ୟ କାରଣ ହେଉଛି ପାର୍ଟି ସର୍ବଦା ସାଧାରଣ ଲୋକଙ୍କ ସହ ନିଜକୁ ଜଡିତ ରଖିଛି।

wp:embed {"url":"https://twitter.com/BJP4India/status/1457310833915088903","type":"rich","providerNameSlug":"twitter","responsive":true}
https://twitter.com/BJP4India/status/1457310833915088903
/wp:embed

ବିଜେପି ଜାତୀୟ ସଭାପତି ଜଗତ ପ୍ରସାଦ ନଡ୍ଡା ବୈଠକରେ ୟୁପି ଓ ପଞ୍ଜାବ ସମେତ ୫ଟି ରାଜ୍ୟରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରସଙ୍ଗ ଉଠାଇଥିଲେ। ନଡ୍ଡା ହେବାକୁ ଥିବା ନିର୍ବାଚନ ଲାଗି ପାର୍ଟି ସପକ୍ଷରେ ପରିବେଶ ସୃଷ୍ଟି କରିବା ଓ ସଙ୍ଗଠନକୁ ମଜଭୁତ କରିବା ନିମନ୍ତେ କିଛି ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି। ସେ କହିଛନ୍ତି ଯେ ଗତ ୭ ବର୍ଷରେ ପାର୍ଟି କେନ୍ଦ୍ର କ୍ଷମତାରେ ଥିବା ବେଳେ ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଅନେକ ରାଜ୍ୟର ସରକାରରେ ମଧ୍ୟ ରହିଛି। ଏବେ କେବଳ ଉତ୍କର୍ଷ ଆସିବା ବାକି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.