Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ପ୍ରଧାନମନ୍ତ୍ରୀ ଦେଲେ କରୋନା ମୁକାବିଲା ମନ୍ତ୍ର: ୨୨ ତାରିଖରେ ଜନତା କର୍ଫ୍ୟୁ, ସକାଳ ୭ରୁ ରାତି ୯ ଘରେ ହିଁ ରୁହନ୍ତୁ…

19/03/2020 at 7:58 PM

ନୂଆଦିଲ୍ଲୀ୧୯/୩: କରୋନାକୁ ନେଇ ସାରା ଦେଶବାସୀଙ୍କୁ ସମ୍ବୋଦନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ କରୋନା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ତେଣୁ ସତର୍କ ରହିବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ପୂରା ଦେଶବାସୀ ଜଟିଳ ସ୍ଥିତିରେ ଗତି କରୁଛନ୍ତି। ତେଣୁ ଆପଣ ନିଜର କର୍ତ୍ତବ୍ୟ କରନ୍ତୁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ। ନିଜ ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ସୁସ୍ଥ ରହିବା ପାଇଁ ପରାମର୍ଶ ଦିଅନ୍ତୁ। ସମସ୍ତେ ମିଶି କରୋନା ଭଳି ମହାମାରୀ ସହ ମୁକାବିଲା କରିବାକୁ ପଡିବ। ବିଶ୍ବ ଯୁଦ୍ଧରେ ବି ଜନସାଧାରଣ ଏତେ ପ୍ରଭାବିତ ହୋଇ ନଥିଲେ। ବିନା କାରଣରେ ଘରୁ ପଦାକୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ମିଡିଆ ପ୍ରତିନିଧି, ଜନପ୍ରତିନିଧି  ଏବଂ ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ମୋଦି ପରାମର୍ଶ ଦେଇଛନ୍ତି।

ମୋଦି ନିଜ ଅଭିଭାଷଣ ଆହୁରି ମଧ୍ୟ କହିଛନ୍ତି, ଏହି ସଙ୍କଟ ଟଳିବାକୁ ଆଉ କିଛି ସପ୍ତାହ ଲାଗିବ। କରୋନା ଏକ ଜନତା କର୍ଫ୍ୟୁ ​ବୋଲି ମୋଦି କହିଛନ୍ତି। ଆସନ୍ତା ୨୨ ତାରିଖରେ ଜନତା ପର୍ଫ୍ୟୁ ପାଳନ କରାଯିବ। ଦିନ 7ଠାରୁ ରାତି 9ଟା ପର୍ଯ୍ୟନ୍ତ କେହି ବାହାରକୁ ବାହାରିବେ ନାହିଁ। ଦେଶବାସୀ ଆଗ୍ରହ ସହ ଏହି ଦିନଟି କୁ ପାଳନ କରିବା ଉଚିତ୍‌। ଏହି ଜନତା କର୍ଫ୍ୟୁ ସଂପର୍କରେ ଅନ୍ୟମାନଙ୍କୁ ସୂଚନା ଦେବା ଉଚିତ୍‌।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଆତଙ୍କ ମଧ୍ୟରେ ଉପୁଜିଥିବା ସ୍ଥିତି  ଓ ଏହାର ମୁକାବିଲ ପାଇଁ ନିଆଯାଇଥିବା ପଦକ୍ଷେପକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଗତ ୨ ମାସ ଧରି ଦୁନିଆର ଚିନ୍ତାଜନକ ଖବର ଆସୁଛି। ତେବେ ଭାରତବାସୀ ଏହି ମହାମାରୀର ଉଚିତ ମୁକାବିଲା କରିଛନ୍ତି। ଏହି ଭାଇରସ ମାନବଜାତିକୁ ସଙ୍କଟରେ ପକାଇଛି ବୋଲି ସେ କହିଛନ୍ତି।

ମୋଦୀ କହିଛନ୍ତି. ତାଙ୍କୁ ଦେଶବାସୀ କେବେ ନିରାଶ କରି ନାହାଁନ୍ତି। ସେ ଆଜି ୧୩୦ କୋଟି ଦେଶବାସୀଙ୍କୁ  ଆଗାମୀ କିଛି ସପ୍ତାହ, ସମୟ ମାଗିଛନ୍ତି।  ଏହି ମହାମାରୀରୁ ରକ୍ଷା ପାଇବା ପାଇଁ କୌଣସି ଔଷଧ ବାହାରି ନାହିଁ। ଫଳରେ ଚିନ୍ତା ବଢିବା ସ୍ବାଭାବିକ।ଭାରତରେ ଏହାର ପ୍ରଭାବ ପଡିବ ନାହିଁ ଭାବିବା ଭୁଲ। ତେଣୁ ଦୁଇଟି ପ୍ରମୁଖ କଥାକୁ ଗୁରୁତ୍ୱ ଦେବା ଜରୁରୀ। ନିଜେ ସଂକ୍ରମିତ ନହେବା ସହ ଅନ୍ୟ ସଂକ୍ରମିତଙ୍କୁ ରକ୍ଷା କରିବା ଭାରତୀୟଙ୍କ ସଂକଳ୍ପ ହେବା ଆବଶ୍ୟକ। ସାମାଜିକ ଦୂରତା ରକ୍ଷା କରିବାକୁ ହେବ। ଳୋକମାନେ ଘରେ ରହିବା ଆଭଶ୍ୟକ। ଘରେ ରହି କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି।​‌

   Related Posts