Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆରଟିଆଇ ତଥ୍ୟ, ୫ ବର୍ଷରେ ମୋଦି ଓ ତାଙ୍କ ମନ୍ତ୍ରୀମାନଙ୍କ ବିଦେଶ ଗସ୍ତ ପାଇଁ ଖର୍ଚ୍ଚ ହୋଇଛି ୩୯୩ କୋଟି ଟଙ୍କା

11/05/2019 at 7:04 PM

ନୂଆଦିଲ୍ଲୀ ୧୧।୫ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନଙ୍କ ଦେଶ-ବିଦେଶ ଗସ୍ତ ପାଇଁ ଗତ ୫ ବର୍ଷରେ ଖର୍ଚ୍ଚ ହୋଇଛି ୩୯୩ କୋଟି ଟଙ୍କା । ସୂଚନା ଅଧିକାର ଆଇନରେ ମଗା ଯାଇଥିବା ତଥ୍ୟରୁ ଏହି ସୂଚନା ମିଳିଛି ।  ସୂଚନାଧିକାର କର୍ମୀ ଅନିଲ ଗଲଗଲି ଆରଟିଆଇ ଜରିଆରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନଙ୍କ ବିଦେଶ ଗସ୍ତ ସମ୍ପର୍କିତ ବିବରଣୀ ଓ ଏ ନେଇ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ସୂଚନା ମାଗିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ତାଙ୍କ ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ମୋଟ ୪୯ଥର ବିଦେଶ ଗସ୍ତ କରିଛନ୍ତି। ମେ ୨୦୧୪ରୁ ୨୨ ମେ ୨୦୧୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ସୂଚନା ଦେଇଛନ୍ତି ଆରଟିଆଇ। ଏଥିରୁ ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନଙ୍କ ଦେଶ ବିଦେଶ ଯାତ୍ରା ପାଇଁ ୨୬୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଦେଶ ଭିତରେ ସେମାନଙ୍କର ଯାତ୍ରା ପାଇଁ ଖର୍ଚ୍ଚ ହୋଇଛି ୪୮ କୋଟି ଟଙ୍କା। ଦେଶ ଭିତରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଅର୍ଥ ପ୍ରଦାନ କରିଥାନ୍ତି । ତେବେ ବିଦେଶ ଯାତ୍ରା ପାଇଁ ନିର୍ଦ୍ଧାରିତ ବଜେଟରୁ ଅର୍ଥ ଭରଣା କରାଯାଏ ।

ତେବେ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଅଧିକାରିକ ହୋଇ ନଥିବାରୁ ସେ ନେଇ ଖର୍ଚ୍ଚର ହିସାବ ଦିଆଯାଇପାରିବ ନାହିଁ ବୋଲି କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ପ୍ରବୀଣ କୁମାର କହିଛନ୍ତି। ଯେହେତୁ ଏହି ଖର୍ଚ୍ଚ ପିଏମଓ ବହନ କରନ୍ତି ନାହିଁ ତେହେତୁ ଏହି ସବୁ ଗସ୍ତର ସୂଚନା ପ୍ରଦାନ କରିନାହାନ୍ତି ଆରଟିଆଇ। ତେବେ କେବଳ ପ୍ରଧାନମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ନୁହଁନ୍ତି ରାଜ୍ୟମନ୍ତ୍ରୀଙ୍କ ବିଦେଶ ଯାତ୍ରା ପାଇଁ ମଧ୍ୟ ବିପୁଳ ବ୍ୟୟ ହୋଇଛି । କେବଳ ରାଜ୍ୟମନ୍ତ୍ରୀମାନଙ୍କ ବିଦେଶ ଗସ୍ତ ପାଇଁ ଏହି ସମୟରେ ୮୨ କୋଟି ଟଙ୍କା ବ୍ୟୟ ହୋଇଥିବା ସୂଚନାରୁ ଜଣାପଡିଛି ।

   Related Posts