Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି, ୨ୟ ପର୍ଯ୍ୟାୟରେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କୁ ଭ୍ୟାକ୍‌ସିନ୍‌‌

21/01/2021 at 11:20 AM

ନୂଆଦିଲ୍ଲୀ ୨୧।୦୧: କରୋନା ଟିକାକରଣର ୨ୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ସାଂସଦ ଏବଂ ସମସ୍ତ ରାଜ୍ୟର  ମୁଖ୍ୟମନ୍ତ୍ରୀ, ବିଧାୟକ ସାମିଲ ହେବେ । ସାଧାରଣଲୋକଙ୍କୁ କରୋନା ଭ୍ୟାକ୍‌ସିନ୍‌ ପ୍ରତି ଭରସା ଯୋଗାଡ଼ କରିବାରେ ଏହା ସହାୟକ ହେବ ।

ଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଜାରି ରହିଛି । ଆଉ କିଛି ଦିନ ପରେ ୨ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ତେବେ ମିଲିଥିବା ଖବର ଅନୁଯାୟୀ, ଏହି ୨ୟ ପର୍ଯ୍ୟାୟ ଟିକାକରଣରେ ପ୍ରଧାନମନ୍ତ୍ରୀ , ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ସାମିଲ ହେବେ । ଖାସ୍‌ କରି ଯେଉଁମାନଙ୍କ ଅଧିକ ବୟସ ବା ୫୦ରୁ ଅଧିକ ରହିଛି । ସେମାନଙ୍କୁ ପ୍ରାଥମିକତା ଦିଆଯିବ ।

ସେହିପରି ଏହି ଟିକାକରଣରେ ଗୃହମନ୍ତ୍ରୀ ଅମିତ ଶାହା, ଅନ୍ୟ ମନ୍ତ୍ରୀମାନେ ସାମିଲ ହେବ । ରାଜ୍ୟପାଳମାନଙ୍କୁ ମଧ୍ୟ ଭାକ୍‌ସିନେସନ କରାଯିବ ।  ତେବେ ୨ ପର୍ଯ୍ୟାୟରେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ସାମିଲ କରାଯିବ । ଯେଉଁମାନଙ୍କର ବୟସ ୫୦ରୁ ଅଧିକ ହୋଇଥିବା , ସେମାନଙ୍କୁ ପ୍ରାଥମିକତା ଦିଆଯିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଟିକାକରଣର ୨ୟ ପର୍ଯ୍ୟାୟ କେବେ ଆରମ୍ଭ ହେବ, ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଜାରି ରହିଛି । କୋଭାକ୍ସିନ ଓ କୋଭିସିଲ୍ଡ଼ ଟିକାକୁ ଦିଆଯାଉଛି । ଏହି ଟିକାରକରଣରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟ ଲାଇନ୍‌ ଓ୍ୱାର୍କସଙ୍କୁ ଭାକ୍‌ସିନ୍‌ ଦିଆଯାଉଛି । ପ୍ରଥମ ଚରଣ ଜୋରସୋରରେ ଜାରି ରହିଛି । ଏହାପରେ ୨ୟ ଚରଣ ଆରମ୍ଭ ହେବ । କିନ୍ତୁ କିଛି ଲୋକଙ୍କ ମନରେ ଭାକସିନ୍‌ ନେଇ ଅନେକ ପ୍ରକାରର ଦ୍ୱନ୍ଦ ସୃଷ୍ଟି ହେଉଛି । ସାଧାରଣାଲୋକଙ୍କ ଏହି ଦ୍ୱନ୍ଦ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ସମେତ ଅନ୍ୟ ନେତା ଏବଂ ମୁଖ୍ୟମନ୍ତ୍ରୀ କରୋନା ଭାକସିନ୍‌ ନେବେ ।

   Related Posts