PM CARES ପାଣ୍ଠିର ହୋଇପାରିବନି CAG ଅଡିଟ୍, ଜାଣନ୍ତୁ କାହିଁକି...

Published By : Prameya-News7 Bureau | April 25, 2020 IST

ନୂଆଦିଲ୍ଲୀ ୨୫।୪ :  ଦେଶର ଜରୁରିକାଳୀନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ରିଲିଫ୍ କିମ୍ବା PM cares ପାଣ୍ଠି ଗଠିତ ହୋଇଥାଏ | ଏବେ କରୋନା ସଂକ୍ରମଣ ଲାଗି PM cares ପାଣ୍ଠି ଗଠିତ ହୋଇଛି । ତେବେ  ବର୍ତ୍ତମାନ ପରିସ୍ଥିତିରେ ଦେଶର ଜାତୀୟ ସଙ୍କଟ ପାଇଁ  ଗଠିତ ହୋଇଥିବା ଏହି ପାଣ୍ଠିର ମହାଲେଖା ଅଧିକାରୀ ବା କମ୍ପଟ୍ରୋଲର ଅଫ ଅଡିଟର ଜେନେରାଲ (CAG) ଅଡିଟ୍ କରିପାରିବେ ନାହିଁ।

ଏ ନେଇ CAG ମଧ୍ୟ ନିଜ ଆଡୁ ସ୍ପଷ୍ଟ କରିଦେଇଛନ୍ତି। ଯେହେତୁ ଏହି ପାଣ୍ଠି ବ୍ୟକ୍ତି ବିଶେଷ ଏବଂ ସଂଗଠନଙ୍କ ଦାନ ଆଧାରିତ, ଏଣୁ ଅନୁଦାନକାରୀ ସଂସ୍ଥାର ଅଡିଟ୍ ଆମ ଅଧିକାର ଅନ୍ତର୍ଗତ ନୁହେଁ। ମାର୍ଚ୍ଚ 28 ରେ କ୍ୟାବିନେଟ୍ ଦ୍ୱାରା ଗଠିତ ପିଏମ କେୟାର୍ସ ଟ୍ରଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଅଧ୍ୟକ୍ଷ ଏବଂ ବରିଷ୍ଠ କ୍ୟାବିନେଟ ସଦସ୍ୟ ଟ୍ରଷ୍ଟି ଅଛନ୍ତି।

{"id":259727,"width":576,"height":430,"sizeSlug":"large"}

CAGର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଯେପର୍ଯ୍ୟନ୍ତ ଟ୍ରଷ୍ଟିମାନେ ଅଡିଟ୍ କରିବାକୁ ଚାହାନ୍ତିନି, ସେପର୍ଯ୍ୟନ୍ତ ଆକାଉଣ୍ଟ୍ ଅଡିଟ୍ ହେବନାହିଁ। ସରକାରଙ୍କ ଅନୁଯାୟୀ, ପିଏମ କେୟାର୍ସ ପାଣ୍ଠି ସ୍ୱାଧୀନ ଅଡିଟର ଯେଉଁମାନେ ଟ୍ରଷ୍ଟି ଦ୍ୱାରା ନିଯୁକ୍ତ ହେବେ ସେମାନଙ୍କ ଦ୍ୱାରା ଅଡିଟ୍ ହେବ।

ଦେଶରେ କରୋନା ସଂକ୍ରମଣ ପରେ ପ୍ରଧାନମନ୍ତ୍ରୀ ଏହି ପାଣ୍ଠିକୁ ସହଯୋଗ କରିବା ଲାଗି ଦେଶବାସୀଙ୍କୁ ନିବେଦନ କରିଥିଲେ। ଦେଶରେ ୧୯୪୮ ମସିହାରୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (PMNRF) କାର୍ଯ୍ୟ କରୁଥିବାବେଳେ ବିରୋଧୀ ଦଳ ଏହି ପାଣ୍ଠିର ଆବଶ୍ୟକତା ନେଇ ଏବେ ପ୍ରଶ୍ନ କରୁଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସେମାନଙ୍କ ରାଜ୍ୟ ରିଲିଫ୍ ପାଣ୍ଠି ଓ PM CARES ପାଣ୍ଠିକୁ ସନ୍ଦେହରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.