Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପଶ୍ଚିମବଙ୍ଗ ନିର୍ବାଚନ ପରେ ଲକ୍‌ଡାଉନ୍‌ ଉପରେ ନିଷ୍ପତ୍ତି ନେଇ ପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ

11/04/2021 at 5:14 PM

ମୁମ୍ବାଇ ୧୧।୦୪: ଶିବସେନା ନେତା ସଞ୍ଜୟ ରାଉତ ପୁଣି ଥରେ ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଲଗାଯିବା ସପକ୍ଷରେ ଯୁକ୍ତି ବାଢିଛନ୍ତି। ଏଥିସହ ରାଉତ ପ୍ରକାଶ ଜାବଡେକର, ଦେବେନ୍ଦ୍ର ଫଡଣବିସଙ୍କ ପରି ବିଜେପି ନେତାଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି, ଯେଉଁମାନେ ଲକ୍‌ଡାଉନ୍ ବିରୋଧରେ ଅଛନ୍ତି। ରାଉତ କହିଛନ୍ତି, କରୋନା ସହ ଲଢେଇ କୌଣସି ଭାରତ-ପାକିସ୍ତାନ ଯୁଦ୍ଧ ନୁହେଁ। କରୋନା ବିପକ୍ଷ ଲଢେଇରେ କୌଣସି ପ୍ରକାରର ରାଜନୀତି କରିବା ଉଚିତ୍ ନୁହେଁ। ସେ ତାତ୍ସଲ୍ୟ କରି କହିଛନ୍ତି, କରୋନା ସଂକ୍ରମଣ ପୂରା ଦେଶରେ ବଢିବାରେ ଲାଗିଛି। କିନ୍ତୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଉପରେ ନିଷ୍ପତ୍ତି ସେହି ସମୟରେ ନେବେ ଯେବେ ପଶ୍ଚିମବଙ୍ଗରେ ନିର୍ବାଚନ ସଂପନ୍ନ ହେବ।

ରାଉତ ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଳେ କହିଛନ୍ତି ଯେ, ଦେବେନ୍ଦ୍ର ଫଡଣବିସ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ। ସେ ଲକ୍‌ଡାଉନ୍‌ ଚାହୁଁନାହାନ୍ତି। କିନ୍ତୁ ଆମେ ଜାଣିଛୁ ଯେ, କେଉଁ ରାସ୍ତା ଦେଇ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ।  ରାଉତ ଏହା ମଧ୍ୟ କହିଛନ୍ତି ଯେ, ପ୍ରକାଶ ଜାବଡେକର ଦିଲ୍ଲୀରେ ବସି ଆମକୁ ଲେକ୍‌ଚର ନଦିଅନ୍ତୁ। ତାଙ୍କୁ ଏଠାକୁ ଆସି ସ୍ଥିତି ଦେଖିବା ଉଚିତ୍। ରାଜ୍ୟ ସହ ତାଙ୍କର ସଂପର୍କ ମଧ୍ୟ ରହିଛି। କାହାରିକୁ ବି ଏହା ଉପରେ ରାଜନୀତି କରିବା ଉଚିତ୍ ନୁହେଁ।

ଯେବେ ମୁଖ୍ୟମନ୍ତ୍ରୀ ଠାକରେ କହିଲେ ଯେ, ଲକ୍‌ଡାଉନ୍ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହାର ଅର୍ଥ କେବଳ ମହାରାଷ୍ଟ୍ରରେ ସ୍ଥିତି ବିଗିଡିନାହିଁ। ସମଗ୍ର ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଲକ୍‌ଡାଉନ୍‌ ଲାଗିବ କି ନାହିଁ ଏହାର ନିଷ୍ପତ୍ତି କେବଳ ପ୍ରଧାନମନ୍ତ୍ରୀ ନେଇ ପାରିବେ। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ତେବେ ନିଷ୍ପତ୍ତି ନେବେ ଯେବେ ପଶ୍ଚିମବଙ୍ଗରେ ନିର୍ବାଚନ ସମାପ୍ତ ହେବ ବୋଲି ରାଉତ ଶାଣିତ ସ୍ଵରରେ କହିଛନ୍ତି।

   Related Posts