ଚୀନ୍ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ, ଜୁନ ୧୯ରେ ଭର୍ଚୁଆଲ ମିଟିଂ
17/06/2020 at 1:36 PM

ନୂଆଦିଲ୍ଲୀ ୧୭।୬: ପୂର୍ବ ଲଦ୍ଦାଖ ସୀମାରେ ଚୀନ ଜବରଦଖଲକୁ ନେଇ ଉପୁଜିଥିବା ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଜୁନ୍ ୧୯ ତାରିଖ ଅପରାହ୍ଣ ୫ଟା ବେଶେ ସର୍ବଦଳୀୟ ବୈଠକ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ଏହା ଭର୍ଚୁଆଲ ବୈଠକ ହୋଇଥିବା ବେଳେ ସମସ୍ତ ରାଜନୈତିକ ଦଳଙ୍କୁ ଏଥିଲାଗି ସୂଚୀତ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।
In order to discuss the situation in the India-China border areas, Prime Minister @narendramodi has called for an all-party meeting at 5 PM on 19th June. Presidents of various political parties would take part in this virtual meeting.
— PMO India (@PMOIndia) June 17, 2020
ରଜନୈତକ ଦଳଙ୍କ ଅଧ୍ୟକ୍ଷମାନଙ୍କୁ ବୈଠକରେ ଯୋଗଦେବାକୁ ପିଏମଓଙ୍କ କାର୍ଯ୍ୟାଳୟ ଟ୍ୱିଟର ହ୍ୟାଣ୍ଡଲରେ ସୂଚିତ କରାଯାଇଛି। ଗତସୋମବାର ରାତିରେ ଗଲବାନ ଘାଟିରେ ଚୀନ୍ ସେନାଙ୍କ ଆକ୍ରମଣରେ ଜଣେ କର୍ଣ୍ଣେଲ ସମେତ ଭାରତୀୟ ସେନାର ୨୦ ଜଣ ଜବାନ ସହିଦ ହୋଇଥିଲେ। ଘଟଣା ପରଠାରୁ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ଥିବା ବେଳେ ପ୍ରଧାନମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି। ଘଟଣା ପରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ଜଣାପଡିଛି।