ବିରାର ହସ୍ପିଟାଲ ଅଗ୍ନିକାଣ୍ଡରେ ୧୩ କୋଭିଡ୍ ରୋଗୀଙ୍କ ମୃତ୍ୟୁ: ମୃତକଙ୍କ ପରିବାରକୁ ୨ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | April 23, 2021 IST

ନୂଆଦିଲ୍ଲୀ ୨୩/୦୪ : ମହାରାଷ୍ଟ୍ର ବିରାରର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି। ଅଗ୍ନିକାଣ୍ଡରେ ୧୩ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଟ୍ୱିଟ୍ କରି ପୀଡିତ ପରିବାରଙ୍କୁ କ୍ଷତିପୂରଣ ଘୋଷଣା କରାଯାଇଛି। ଟ୍ୱିଟ୍ ଅନୁଯାୟୀ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ ଫଣ୍ଡରୁ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ। ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇଥିବା ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ।

wp:embed {"url":"https://twitter.com/PMOIndia/status/1385435619241824264","type":"rich","providerNameSlug":"twitter","responsive":true,"className":""}
https://twitter.com/PMOIndia/status/1385435619241824264
/wp:embed

ପିଏମଓ ତରଫରୁ ଟ୍ୱିଟ କରି କୁହାଯାଇଛି ପ୍ରଧାନମନ୍ତ୍ରୀ ବିରାର ହସ୍ପିଟାଲ ଅଗ୍ନିକାଣ୍ଡରେ ଜୀବନ ହରାଇଥିବା ରୋଗୀଙ୍କ ପରିବାର ପାଇଁ ସାନ୍ତ୍ୱନା ପ୍ରକାଶ କରିଛନ୍ତି ଏବଂ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଟ୍ୱିଟରେ ଘୋଷଣା କରାଯାଇଛି ଯେ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି।

wp:embed {"url":"https://twitter.com/PMOIndia/status/1385435118681006085","type":"rich","providerNameSlug":"twitter","responsive":true,"className":""}
https://twitter.com/PMOIndia/status/1385435118681006085
/wp:embed

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ବିରାର ବିଜୟ ବଲ୍ଲଭ ହସ୍ପିଟାଲରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ହସ୍ପିଟାଲ ଆଇସିୟୁରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ ୧୩ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଅଗ୍ନିକାଣ୍ଡ ସମୟରେ ପାଖାପାଖି ୯୦ ରୋଗୀ ଭର୍ତ୍ତି ଥିଲେ।

ନିଆଁ ଲାଗିବା ପରେ ରୋଗୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ହସ୍ପିଟାଲ କର୍ମଚାରୀ ତୁରନ୍ତ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଏପଟେ କିଛି ଲୋକ ଅଭିଯୋଗ କରିଛନ୍ତି ଯେ ଘଟଣା ବେଳେ ହସ୍ପିଟାଲରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ। କିନ୍ତୁ ହସ୍ପିଟାଲ ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.