Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କରୋନା : ଦେଶରେ ତିନି ପ୍ରକାର ଭ୍ୟାକ୍‌ସିନ୍‌ର ଟ୍ରାଏଲ୍‌ ଜାରି, ବିପୁଳ ପରିମାଣର ହେବ ପ୍ରଡକ୍ସନ-ପ୍ରଧାନମନ୍ତ୍ରୀ

15/08/2020 at 8:48 AM

ନୂଆଦିଲ୍ଲୀ ୧୫।୦୮: ସାରା ଦେଶରେ କରୋନା ଭାଇରସ ମହାମାରୀ ରୂପ ଧାରଣ କରିଛି । ପ୍ରତିଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାଫଳରେ ଦେଶରେ କରୋନା ଗ୍ରାଫ୍‌ ଦିନକୁ ଦିନ ବଢିଚାଲିଛି । ପ୍ରତିଦିନ ଦେଶରେ କରୋନା ନୂଆ ରେକର୍ଡ କରୁଛି । ତେବେ ଏଭଳି ସମୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, କରୋନାକୁ ପ୍ରତିହତ କରିବା ପାଇଁ ଭ୍ୟାକ୍‌ସିନ୍‌ କେବେ ଆସିବ । ତେବେ ଭ୍ୟାକ୍‌ସିନ୍‌ କେବେ ଆସିବା ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନୂଆ ଘୋଷଣା କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ଆଜି ସାରାଦେଶର ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଲାଲ୍‌କିଲ୍ଲାରୁ ପତାକା ଉତ୍ତୋଳନ ସମୟରେ ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସମ୍ବୋଧନ ଅବସରରେ କରୋନା ଭ୍ୟାକସିନ୍‌ ନେଇ ବଡ଼ ଘୋଷଣା କରିଛନ୍ତି । ଦେଶରେ ଗୋଟିଏ ନୁହେଁ, କି ଦୁଇଟି ନୁହେଁ, ବରଂ ୩ ପ୍ରକାରର କରୋନା ଭ୍ୟାକ୍‌ସିନ୍‌ର ପରୀକ୍ଷଣ ଭିନ୍ନ ଭିନ୍ନ ଚରଣରେ ଚାଲୁରହିଛି । ଯାହାର ପରୀକ୍ଷଣ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ।  ଦେଶର ବୈଜ୍ଞାନିକମାନେ ଦିନରାତି ଭ୍ୟାକ୍‌ସିନ୍‌ ପ୍ରସ୍ତୁତିରେ ଲାଗିପଡିଛନ୍ତି । କିପରି ଦେଶବାସୀମାନେ ଏହି ମହାମାରୀ ପାଇଁ ଭ୍ୟାକ୍‌ସିନ୍‌ ପାଇଁ ସେଥିପାଇଁ ଉଭୟ ସରକାର ଓ ବୈଜ୍ଞାନିକ ନିଜ ନିଜର ଉଦ୍ୟମ ଜାରି ରଖିଛନ୍ତି ।

ତେବେ ପରୀକ୍ଷଣ ଚାଲିଥିବା ଭ୍ୟାକ୍‌ସିନ୍‌ର ଯେତେବେଳେ ସମ୍ପୂର୍ଣ୍ଣ ହୋଇଯିବ ବା ବୈଜ୍ଞାନିକମାନେ ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ବୋଲି ଗ୍ରୀନ୍‌ ସିଗ୍‌ନାଲ ଦେଇଦେବେ । ସେତେବେ ଦେଶରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯିବ । ବୈଜ୍ଞାନିକମାନଙ୍କ ଗ୍ରୀନ୍‌ ସିଗ୍‌ନାଲ ପରେ ଦେଶରେ ବିପୁଳ ପରିମାଣର ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ହେବ । ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ପରେ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ଯେ, କିପରି ଦେଶର ସମସ୍ତ ଲୋକମାନଙ୍କ ନିକଟରେ ଏହି ଭ୍ୟାକ୍‌ସିନ୍‌ ପହଞ୍ଚିବ । ଏବଂ କିପରି ଏହି ମହାମାରୀରୁ ଦେଶବାସୀଙ୍କୁ ରକ୍ଷା କରାଯିବା, ତାହା ପ୍ରଥମ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଦେଶରେ କିପରି ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ଓ ଦେଶବାସୀଙ୍କ ଦିଆଯିବ , ସେନେଇ ରୋଡମ୍ୟାପ୍‌ ମଧ୍ୟ ପ୍ରସ୍ତୁତି ହୋଇରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ।    

   Related Posts