ସାରା ଦେଶରେ ଲକଡାଉନ୍, ଆଜି ରାତି ୧୨ଟାରୁ ୨୧ ଦିନିଆ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ
24/03/2020 at 7:45 PM

ନୂଆଦିଲ୍ଲୀ ୨୪।୦୩: ଭାରତରେ କରୋନା ଭାଇରସର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୮ଟାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଜନତାକର୍ଫ୍ୟୁଙ୍କୁ ସମର୍ଥନ ଦେଇଥିବାରୁ ସେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଆଉ ଏକ ବଡ ନିଷ୍ପତ୍ତି ନେଇ ଆଜି ରାତି ୧୨ଟାରୁ ପୂରା ଦେଶରେ ସଂପୂର୍ଣ୍ଣ ଭାବେ ଲକଡାଉନ୍ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ଆଜି ରାତି ମଧ୍ୟ ରାତ୍ରଠୁ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହି ଲକଡାଉନ ହିନ୍ଦୁସ୍ଥାନକୁ ବଞ୍ଚାଇବା ପାଇଁ, ଆପଣଙ୍କ ଜୀବନ ରକ୍ଷା ପାଇଁ, ସମାଜ ପାଇଁ ଏବଂ ପୂରା ଦେଶକୁ ରକ୍ଷା କରିବା ପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣଙ୍କୁ ଅନୁରୋଧ କରୁଛି ଯେ ଆଜିଠୁ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ଦେଶ ଲକଡାଉନରେ ରହିବ। ଏଥିପାଇଁ ଆପଣଙ୍କର ସହଯୋଗ ଏକାନ୍ତ ଜରୁରୀ। ଏହି ୨୧ ଦିନ ଯଦି ଦେଶକୁ ନଦେବେ ତେବେ ତେବେ ଦେଶଶ ୨୧ ବର୍ଷ ପଛକୁ ଚାଲିଯିବ।
ସେ କହିଛନ୍ତି ଯେ କରୋନା ମହାମାରୀ ବିଷୟରେ ଆପଣ ସମାଚାର ମାଧ୍ୟମରେ ଶୁଣିପାରୁଛନ୍ତି ଏବଂ ଜାଣି ପାରୁଛନ୍ତି। ଦୁନିଆର ସମସ୍ତ ଶକ୍ତିଶାଳୀ ଦେଶକୁ କରୋନା ମହାମାରୀ ବିବଶ କରି ଦେଇଛି। ସେମାନଙ୍କଠାରେ ସମ୍ବଳର ଅଭାବ ନାହିଁ। ମାତ୍ର କରୋନା ଭାଇରସ୍ ଏତେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଯେ ଏହାକୁ ରୋକିବାରେ ବଡ ବଡ ଦେଶ ଅସମର୍ଥ ହୋଇଛନ୍ତି। ବଡ ବଡ ବିଶେଷଜ୍ଞ ମଧ୍ୟ ଏହି ମହାମାରୀର ମୁକାବିଲା ପାଇଁ ଏ ପର୍ଯ୍ୟନ୍ତ କୌଣସି ଟୀକା ବାହାର କରି ପାରି ନାହାନ୍ତି। କରୋନାକୁ ରୋକିବାର ଏକ ମାତ୍ର ଉପାୟ ହେଉଛି ସାମାଜିକ ଦୂରତା। ସାମାଜିକ ଦୂରତା ପ୍ରତ୍ୟେକ ନାଗରିକଙ୍କ ପାଇଁ, ଘରର ସମସ୍ତ ସଦସ୍ୟଙ୍କ ପାଇଁ ଏବଂ ଏପରିକି ପ୍ରଧାନମନ୍ତ୍ରୀଙ୍କ ପାଇଁ ମଧ୍ୟ ଅତି ଜରୁରୀ।
ମାତ୍ର କିଛି ଦାୟିତ୍ଵହୀନ ଲୋକଙ୍କ ପାଇଁ କରୋନା ଭାଇରସ୍ ଆପଣ, ଆପଣଙ୍କର ପରିବାର, ଆପଣଙ୍କର ଆଖପାଖ ସହିତ ପୂରା ଦେଶବାସୀଙ୍କୁ ବିପଦରେ ମଧ୍ୟ ପକାଇପାରେ। ଏହାର ପରିଣାମ ଏତେ ଭୟାବହ ହେବ ଯାହା ଆପଣ କେବେ କଳନା କରି ପାରିନଥିବେ। ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାତି ୧୨ଟାରୁ ପୂରା ଦେଶରେ ସଂପୂର୍ଣ୍ଣ ଦେଶରେ ସଂପୂର୍ଣ୍ଣ ଲୋକ ଡାଉନ୍ ହେବାକୁ ଯାଉଛି। ହିନ୍ଦୁସ୍ଥାନକୁ ବଞ୍ଚାଇବା ପାଇଁ, ଆପଣଙ୍କ ଜୀବନ ପାଇଁ ଏବଂ ପୂରା ଦେଶ ପାଇଁ ଦେଶକୁ ୨୧ ଦିନ ଲକଡାଉନ ଘୋଷଣା କରାଯାଉଛି।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରି ମାର୍ଚ୍ଚ ୨୨ ରବିବାର ଦିନ ଜନତା କର୍ଫ୍ୟୁ ପାଇଁ ଦେଶବାସୀଙ୍କୁ ଆହ୍ଵାନ କରିଥିଲେ। ଘରେ ରହି କରୋନା ଭାଇରସର ମୁକାବିଲା କରୁଥିବା ଲୋକଙ୍କ ପ୍ରତି କୃତଜ୍ଞତା ଜଣାଇବାକୁ ଅପିଲ୍ କରିଥିଲେ। ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖି ବାହାରକୁ ନବାହାରି ଘରେ ରହିବାକୁ ପରାମର୍ଶ ଦେଇଥିଲେ। ଅତି ଜରୁରୀ ନହେଲେ ପଦାକୁ ନବାହାରକୁ ଦେଶବାସୀଙ୍କୁ ନିବେଦନ କରିଥିଲେ।