Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କରୋନାରେ ପରିବାରର ମୁଖ୍ୟ ଆୟକାରୀଙ୍କ ମୃତ୍ୟୁ ହେଲେ କେନ୍ଦ୍ର ସରକାର ଦେବେ ଫ୍ୟାମିଲି ପେନସନ୍

29/05/2021 at 9:54 PM

ନୂଆଦିଲ୍ଲୀ ୨୯।୫: କେନ୍ଦ୍ରରେ ବିଜେପି ସରକାରର ୭ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅନେକ ବଡ଼ ଘୋଷଣା କରିଛନ୍ତି। କୋଭିଡ-୧୯ ଦ୍ୱିତୀୟ ଲହର ଏବେ ସାରା ଦେଶକୁ ଅସ୍ତବ୍ୟସ୍ତ କରି ରଖିଛି। ଏଥିରେ ଦେଶର ପ୍ରତ୍ୟେକ କୋଭିଡ-୧୯ ପ୍ରଭାବିତ ପରିବାରଙ୍କ ସହ ତାଙ୍କ ସରକାର ଛିଡା ହୋଇଥିବା ମୋଦି ଘୋଷଣା କରିଛନ୍ତି। ଯଦି କରୋନାରେ କୌଣସି ପରିବାରର ମୁଖ୍ୟ ଆୟକାରୀଙ୍କ ପରଲୋକ ହୁଏ ଏଥିରେ ତାଙ୍କ ସରକାର ଆଶ୍ରିତଙ୍କ ପରିବାରକୁ ଫ୍ୟାମିଲି ପେନସନ୍‌ ଦେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

କେବଳ ଏତିକି ନୁହେଁ ଆଶ୍ରିତଙ୍କ ଲାଗି ପେନସନ ବ୍ୟତୀତ କୋଭିଡ-୧୯ ପ୍ରଭାବିତ ପରିବାରଙ୍କ ଲାଗି ତାଙ୍କ ସରକାର ଉଦାରିକୃତ ବୀମା କ୍ଷତିପୂରଣ ମଧ୍ୟ ସୁନିଶ୍ଚିତ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏପରି ପରିବାରଙ୍କ ଆର୍ଥିକ ସମସ୍ୟା କମ୍‌ କରିବା ଲାଗି ସରକାର ସବୁମନ୍ତେ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ଏଥିରେ ଘରର ମୁଖ୍ୟ ଆୟକାରୀଙ୍କ ମୃତ୍ୟୁରେ ପାରିବାରିକ ପେନସନ୍‌ ଯେପରି ତାଙ୍କ ମୋଟ ଆୟର ୯୦ ପ୍ରତିଶତ ମିଳିପାରିବ ସେଥିପାଇଁ ତାଙ୍କ ସରକାରଙ୍କ ପ୍ରଚେଷ୍ଟା ଜାରି ରହିବ ବୋଲିମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାରତରେ ପ୍ରଥମେ କରୋନା ଭାଇରସ ମହାମାରୀ ୨୦୨୦ରେ ସଂକ୍ରମଣ ହୋଇଥିଲା। ପରିସ୍ଥିତି ସ୍ୱଭାବିକ ହୋଇ ଆସୁଥିବା ବେଳେ ଗତ ଫେବୃଆରୀ ମଧ୍ୟ ସପ୍ତାହରୁ ଦ୍ୱିତୀୟ ଲହର ସମସ୍ତଙ୍କ ଅଜାଣତରେ ଦେଶକୁ ଆସି ଯିବା ପରିସ୍ଥିତିକୁ ଦାରୁଣ କରିଛି। ଭୂତାଣୁ ଆକ୍ରାନ୍ତ ନାନା ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଚିକିତ୍ସାରେ ଅକ୍ସିଜେନ ସଂକଟ ମଧ୍ୟ ଗୁରୁତର ହୋଇଥିଲା। କେଉଁଠି ହସ୍ପିଟାଲରେ ବେଡ ନ ପାଇ ଲୋକେ ପ୍ରାଣ ହରାଇଛନ୍ତି ତ କେଉଁଠି ଆକ୍ରାନ୍ତଙ୍କୁ ଅକ୍ସିଜେନ ବାଣ୍ଟିକି ଦେବାକୁ ପଡିଛି।

ପ୍ରଥମ ଲହର ସାରା ଦେଶରେ ବ୍ୟାପିଥିଲା। ହେଲେ ଏତେ ଘାତକ ନଥିଲା ଯାହା ଦ୍ୱିତୀୟ ଲହରରେ ଦେଖା ଯାଇଛି। ଏପରି ଅନେକ ମାମଲା ଦେଖାଯାଇଛି ପରିବାର ସଂକ୍ରମଣରେ ନିଶ୍ଚିହ୍ନ ହୋଇଯାଇଛି। ଅନେକ ଶିଶୁ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ଉପୁଜିଥିବା ପରିସ୍ଥିତିରେ ସରକାର ପ୍ରତ୍ୟେକ ପରିବାର ସହ ଛିଡା ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଦେଶବାସୀଙ୍କୁ ନୂଆ ସାହାସ ଦେଇଛି।  

   Related Posts