Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୭୦ବର୍ଷରେ ପଦାର୍ପଣ କଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଦେଶବାସୀମାନେ ଏପରି ଭାବେ ଜଣାଇଲେ ଶୁଭେଚ୍ଛା

17/09/2020 at 10:18 AM

ବାରଣାସୀ ୧୭/୯: ଭାରତର ପ୍ରଧାନମନ୍ତ୍ରୀ ଏବଂ ଉତ୍ତରପ୍ରଦେଶର ଧର୍ମ ଏବଂ ଶିବ ନଗରୀ ବାରଣାସୀର ସାଂସଦ ନରେନ୍ଦ୍ର ଦାମୋଦର ମୋଦିଙ୍କର ଆଜି ଜନ୍ମଦିନ। ସେ ଆଜି ୭୦ବର୍ଷ ବୟସରେ ପଦାର୍ପଣ କଲେ। ଏହି ଅବସରରେ ଦେଶ ସହ ବିଶ୍ବବ୍ୟାପି ଲୋକେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଏହା ସହିତ ବିହାର,ଉତ୍ତର ପ୍ରଦେଶ,ରାଜସ୍ଥାନ,ଗୁଜରାଟ,ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ପାର୍ଟି କାର୍ଯ୍ୟକର୍ତ୍ତା ସେବା ସପ୍ତାହ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସକାଳୁ ସୋସିଆଲ୍ ମିଡିଆ​‌ରେ ଶୁଭେଚ୍ଛାର ଲହରୀ ଛୁଟିଛି। ଲୋକେ ତାଙ୍କ ଦୀର୍ଘାୟୁର କାମନା କରିଛନ୍ତି।

ବାରଣାସୀରେ ତାଙ୍କ ଜନ୍ମଦିନ ଉପଲକ୍ଷେ ଭାଜପା ଦ୍ବାରା ଚଲାଯାଉଥିବା ସେବା ସପ୍ତାହ ଅନୁସାରେ ପୂରା ସଂସଦୀୟ ଅଞ୍ଚଳରେ ବ୍ୟାପକ ସ୍ବଚ୍ଛତା ଅଭିଯାନ ଚଲାଯାଉଥିବା ଏହି ଅଭିଯାନରେ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସହ ହିଁ ରାଜ୍ୟ,କ୍ଷେତ୍ର,ଜିଲ୍ଲା,ମହାନଗର ସହ ମଣ୍ଡଳ,ସେକ୍ଟର ଏବଂ ବୁଥ ଅଧ୍ୟକ୍ଷମାନେ ଆଗେଇ ଆସି ଭାଗ ନେଇଥିଲେ। ଏହା ସହିତ କାଶୀବାସୀମାନେ ତାଙ୍କ ଦୀର୍ଘାୟୁର କାମନା କରିଛନ୍ତି ଏବଂ କହିଛନ୍ତି ଯେ ଆପଣ ଏହିପରି ଭାବେ ଦେଶର ନେତୃତ୍ବ କରୁଥାନ୍ତୁ।

   Related Posts