ପାକିସ୍ତାନ ସରକାରଙ୍କ ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନାମୁଖ୍ୟଙ୍କ ସହ ମତଭେଦ

Published By : Prameya-News7 Bureau | March 06, 2019 IST

ଲାହୋର ୬/୩- ଭାରତ- ପାକିସ୍ତାନ ଭିତରେ ଚାଲିଥିବା ଗରମାଗରମ ପରିସ୍ଥିତି ପାଇଁ ସାରାବିଶ୍ଵର ଚାପ ପାକିସ୍ତାନ ଉପରେ । ଆତଙ୍କବାଦ ଦମନପାଇଁ ପାକିସ୍ତାନ ଉପରେ ଲାଗିଛି ଆରୋପ । ବିଶ୍ଵର ସବୁଦେଶଙ୍କ ଆଗରେ ପାକିସ୍ତାନ ହାର୍ ମାନିବା ପରେ ଆତଙ୍କୀଙ୍କୁ କରିଛି ଗିରଫ । ହେଲେ ଏହି ଆତଙ୍କବାଦୀଙ୍କୁ ଗିରଫ ପ୍ରତିବାଦରେ ପାକିସ୍ତାନୀ ସେନା ଓ ସରକାରଙ୍କ ଭିତରେ ଦେଖାଦେଇଛି ମତଭେଦ ।

ପୁଲଓ୍ଵମା ଘଟଣାପରେ ଭାରତ ନେଇଥିଲା ଆକସନ । ଭାରତ ସର୍ଜିକାଲ ଷ୍ଟ୍ରାଇକ କରି ପାକିସ୍ତାନର ଆତଙ୍କୀ ଶିବିର କରିଥିଲା ଧ୍ଵଂସ । ଏହାପରେ ଭାରତ ଓ ପାକିସ୍ତାନ ଭିତରେ ବଢ଼ିଥିଲା ଶତ୍ରୁତା । ଏହି ଶତ୍ରୁତାକୁ ନେଇ ଉଭୟଦେଶ ଯୁଦ୍ଧ ପରିସ୍ଥିତିରେ ହୋଇଥିଲେ ସାମନା । ଉଭୟଦେଶ ପରମାଣୁ ଶକ୍ତିସଂପନ୍ନ ହୋଇଥିବାରୁ ବିଶ୍ଵର ନେତୃସ୍ଥାନୀୟଦେଶମାନେ ସଂଯମତା ରକ୍ଷା କରିବାକୁ ଦେଇଥିଲେ ପରାମର୍ଶ । ଆତଙ୍କବାଦ ଦମନ କରିବାକୁ  ପାକିସ୍ତାନକୁ ମଧ୍ୟ ଦେଇଥିଲେ ଧମକ । ବିଶ୍ଵ କୂଟନୀତି ଆଗରେ ପାକିସ୍ତାନ ହାର୍ ମାନିବାକୁ ବାଧ୍ୟ ହୋଇଥିଲା ।

ଶେଷରେ ମସୁଦର ଭାଇ ଓ ପୁତୁରା ସମେତ ୪୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ପାକିସ୍ତାନ । ଏମାନେ ଜୈଶ-ଏ- ମହମ୍ମଦ ସହ ସଂପର୍କ ରଖି ଆତଙ୍କୀ କାର୍ଯ୍ୟକଳାପ ଚାଲୁରଖିଥିଲେ ।

ପାକିସ୍ତାନ ବିରୋଧରେ ଏହି ଅଭିଯୋଗ ଆସିବାପରେ ଆତଙ୍କୀ କାର୍ଯ୍ୟକଳାପ ସହ ସାମିଲଥିବା ସଂଗଠନକୁ ବ୍ୟାନ କରିବା ସହ ଗିରଫ କରିବାକୁ ବାଧ୍ୟ ହୋଇଥିଲା । ଏହିକଥାକୁ ସହଜରେ ହଜମ କରିପାରିନି ପାକିସ୍ତାନ ସେନା । ପ୍ରଧାନମନ୍ତ୍ରୀଙ୍କର ଏଭଳି ପଦକ୍ଷେପ ସହ ଏକମତ ହୋଇପାରୁନାହାଁନ୍ତି ସେନାମୁଖ୍ୟ ।

ଆତଙ୍କୀ ଗିରଫକୁ ନେଇ ଉଭୟ ସରକାର ଓ ସେନା ଭିତରେ ଦେଖାଦେଇଛି ବିଭେଦତା । ଏହି ମନାନ୍ତର ପାକିସ୍ତାନ ପାଇଁ କେତେ ଲାଭଦାୟକ ଦେଖିବାକୁ ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.